Get Updates
Get notified of breaking news, exclusive insights, and must-see stories!

ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ନବରଙ୍ଗପୁର ଲୋକ ମହୋତ୍ସବ ମଣ୍ଡେଇ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୋଲିସ ରିଜର୍ଭ ପଡ଼ିଆସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅପରାହ୍ନ ୩ଟା୨୫ରେ ପହଞ୍ଚିବେ। ସେଠାରୁ ସର୍କିଟ ହାଉସ୍‌ ଯାଇ ୩ଟା ୫୦ ମିନିଟ୍‌ରେ ମଣ୍ଡେଇ ପଡ଼ିଆ ଅଭିମୁଖେ ଯିବେ। ରାତି ୧୦ରେ ମଣ୍ଡେଇ ପଡ଼ିଆରୁ ବାହାରି ୧୦ଟା ୧୦ରେ ସର୍କିଟ ହାଉସ୍‌ରେ ପହଞ୍ଚିବେ। ସେଠାରେ ରାତ୍ରିଯାପନ ପରେ ୯ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ବାହାରି ରିଜର୍ଭ ପୋଲିସ ପଡ଼ିଆ ହେଲିପ୍ୟାଡ୍‌କୁ ଯିବେ। ୧୦ଟା ୪୫ରେ ହେଲିକପ୍ଟର ଯୋଗେ ଜୟପୁର ବିମାନବନ୍ଦରକୁ ଯାଇ ସେଠାରୁ ଭୁବନେଶ୍ୱର ଯାତ୍ରା କରିବେ ବୋଲି ସୂଚନା ମିଳିଛି।

Chief Minister mohan majhi

ଚାଷୀଙ୍କ ଖାତାକୁ ଧାନ ଇନପୁଟ୍‌ ସବସିଡି ରିଲିଜ କରିବେ ମୁଖ୍ୟମନ୍ତ୍ରୀ

ବିଜେପି ସରକାର ନିଜ ନିର୍ବାଚନୀ ଇସ୍ତାହାରର ଏକ ବଡ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଲେ, ଚାଷୀଙ୍କୁ ଧାନର 'ସର୍ବନିମ୍ନ ସହାୟକ ମୂଲ୍ୟ' (ଏମଏସପି) ୩୧୦୦ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଦଳ ।

ଆଜି ଏହା ପୂରଣ କରିବାକୁ ଯାଉଛି ବିଜେପି ସରକାର । ବରଗଡର ସୋହେଲାରେ ବିଶାଳ ଚାଷୀ ସମ୍ମିଳନୀରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୮ଶହ ଟଙ୍କାର ଇନପୁଟ୍‌ ସହାୟତା ରାଶି ରିଲିଜ୍‌ କରିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ହେବାକୁ ଥିବା ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ସ୍ଥାନୀୟ ସାଂସଦଙ୍କ ସହ ସ୍ଥାନୀୟ ବିଧାୟକ ଉପସ୍ଥିତ ରହିବେ ।

ନିର୍ବାଚନରେ ବଡ ମୁଦ୍ଦା ଥିଲା ଏମଏସପି:-
ନିର୍ବାଚନରେ ଏହାକୁ ବଡ ନିର୍ବାଚନୀ ମୁଦ୍ଦା କରିଥିଲା ବିଜେପି । ରାଜ୍ୟରେ ଦଳ ସରକାର ଗଢିଲେ ଧାନ ଏମଏସପି ୩୧ ଟଙ୍କା କରିବ ବୋଲି କହିଥିଲା ବିଜେପି । ତେବେ ଦଳ କ୍ଷମତାକୁ ଆସିବା ପରେ ପ୍ରତିଶ୍ରୁତିର କ୍ରିୟାନ୍ବୟନ ମଧ୍ୟ କରିଛି । ସରକାର ଧାନ କୁଇଣ୍ଟାଲ ପିଚ୍ଛା ଚାଷୀଙ୍କୁ ୨୩ ଶହ ଟଙ୍କା ସହ ଅତିରିକ୍ତ ୮ ଶହ ଟଙ୍କାର ଇନପୁଟ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଫଳରେ ଏଥର କୁଇଣ୍ଟାଲ ପିଚ୍ଛା ୩୧ଶହ ଟଙ୍କାରେ ଧାନ ସଂଗ୍ରହ ହୋଇଛି ।

ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରୁ ଏଥର ପ୍ରଥମ ଧାନ ସଂଗ୍ରହ କରାଯାଇଥିଲା । ବର୍ଦ୍ଧିତ 'ଏମଏସପି' ସହ କଟନୀ-ଛଟନୀ ବନ୍ଦ କରି ପାରଦର୍ଶୀ ମଣ୍ଡି ବ୍ୟବସ୍ଥା ସହ ରାଜ୍ୟ ସରକାର ଧାନ ସଂଗ୍ରହ ଆରମ୍ଭ କରିଥିଲେ । ସେହିକ୍ରମରେ ବରଗଡରୁ ହିଁ ଚାଷୀଙ୍କ ଖାତାକୁ ପ୍ରଥମ ଇନପୁଟ୍‌ ସବସିଡି ଭେଟି ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଆଜି ବରଗଡ଼ ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ଵର, କନ୍ଧମାଳ, ଜଗତସିଂହପୁର, ଭଦ୍ରକ, କୋରାପୁଟ, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମୟୁରଭଞ୍ଜରେ ମଧ୍ୟ ଚାଷୀ ସମାବେଶ ହେବ । ଏହି ସବୁ ଜିଲ୍ଲାରେ ସେଠାକାର ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ସମାବେଶକୁ ସମ୍ବୋଧିତ କରିବେ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+