ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୪ ବର୍ଷରେ ମହିଳା ବିରୋଧୀ ଅପରାଧ ବଢ଼ିଛି କିନ୍ତୁ ଦଣ୍ଡବିଧାନ କମ୍ । NCRB ରିପୋର୍ଟ ଆଧାରରେ ଦଣ୍ଡ ବିଧାନ ହାର ୯.୩%, ଯାହା ଲଜ୍ଜାଜନକ। ୨୪ ବର୍ଷ ଧରି ଶାସନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିଲା । ସେ ଏକଥା ଜାଣିପାରୁନଥିଲେ, କିନ୍ତୁ ମହିଳା ସଶକ୍ତୀକରଣ କଥା କହୁଥିଲେ। ଖାମଖିଆଲି ତଦନ୍ତ ଓ ଚାପ ପଡ଼ିଲେ ମାମଲା ନହେବା ବଡ଼ କାରଣ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଦଣ୍ଡବିଧାନ ଏତେ କମ୍ ବୋଲି କହିଲେ ମୁଖ୍ୟମନ୍ତ୍ରୀ। ମହିଳା ବିରୋଧୀ ମାମଲା ପାଇଁ ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା ହେବ।













Click it and Unblock the Notifications