ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା,ଏହି ବିଭାଗରେ ହେବ ନିଯୁକ୍ତି, ୨୨୯୮ଜଣଙ୍କୁ ମିଳିବ...
ଭୁବନେଶ୍ୱର: ଆଜି ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିନରେ ପୋଲିସ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖାଲି ପଡ଼ିଥିବା ପୁଲିସ ପଦବୀ ଖୁବଶୀଘ୍ର ପୂରଣ ହେବ। ବିଗତ ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ବନ୍ଦ କରାଯାଇଥିଲା। ବର୍ତ୍ତମାନର ସରକାରରେ ହୋମଗାର୍ଡଙ୍କ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଛି। ୨୨୯୮ ହୋମଗାର୍ଡଙ୍କୁ ପୁନଃ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମୋହନ ମାଝୀ। କାର୍ଯ୍ୟରତ ହୋମଗାର୍ଡଙ୍କ ହୋମଗାର୍ଡଙ୍କ ମୃତ୍ୟୁ ହେଲେ ପ୍ରୋତ୍ସାହନ ସହ ପରିବାରରୁ ଜଣଙ୍କୁ ଚାକିରି ଦେବାକୁ ଯୋଜନା ରହିଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହା ସହ ରାଜ୍ୟରେ ଆଉ ୧୦ଟି ଓଡ୍ରାଫ୍ ୟୁନିଟ୍ ବଢ଼ାଯିବ ବୋଲି ସେ କହିଛନ୍ତି। ସେହିପରି ପ୍ରତି ଜିଲ୍ଲାରେ ଓଡ୍ରାଫ ଟିମ୍ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ଷ୍ଟେଟ୍ ଷ୍ଟ୍ରାଇକିଂ ଫୋର୍ସ ୩ଟି ନୂଆ ବାଟାଲିୟନ୍ ହେବ। ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାଟାଲିୟନ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି।

ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ମେଡିକାଲ କଲେଜରେ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ୧୦ଟି ଯାକ ମେଡିକାଲ କଲେଜରେ ମେଡିକାଲ ଫାଣ୍ଡି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।












Click it and Unblock the Notifications