ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ , ଗୁରୁତ୍ୱପୂର୍ଣ୍ଣ ବିଷୟରେ ହେଲା ଆଲୋଚନା
ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଆଲୋଚନା ବେଳେ ରାଜ୍ୟ ଓ କେନ୍ଦ୍ର ସମନ୍ବୟ ଉପରେ ଗୁରୁତ୍ବ, ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା ବେଳେ ଭିତ୍ତିଭୂମିର ବିକାଶ, ଆଭ୍ୟନ୍ତରୀଣ ସୁରକ୍ଷା,ରାଜ୍ୟରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାଗୁଡିକ ସଫଳ ରୂପାୟନ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି । ଓଡିଶାର ଦ୍ରୁତ ବିକାଶ ପାଇଁ ଉଭୟ ଗୁରୁତ୍ବାରୋପ କରିଛନ୍ତି ।

ସେହିପରି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସିଆର ପାଟିଲଙ୍କ ସହ ମହାନଦୀ ଜଳ ସମସ୍ୟା ଏବଂ ଏହାର ସମାଧାନ ନେଇ ଆଲୋଚନା କରିଛନ୍ତି । ସେପଟେ ଆଜି ନୂଆଦିଲ୍ଲୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏକ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୋଦୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାପ୍ରସାଦ ମଧ୍ୟ ପ୍ରଦାନ କରିଥିଲେ ଉପମୁଖ୍ୟମନ୍ତ୍ରୀ । ଏହା ସହ ସେ ନିଜ ପତ୍ନୀ ତଥା ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓଙ୍କ ସହ ମିଶି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ସେ ସାକ୍ଷାତ କରିଛନ୍ତି।












Click it and Unblock the Notifications