ବଡ଼ ରେକର୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଶୁଣୁଛନ୍ତି ଲୋକଙ୍କ ଅଭିଯୋଗ

ରାଜ୍ୟରେ ଭାଜପା ସରକାର ୨୦୨୪ ଜୁନ୍‌ରେ ଦାୟିତ୍ୱଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଦ୍ୟାବଧି ୧୭ ମାସରେ ୧୪ ଥର ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରତ୍ୟକ୍ଷ ଭାବେ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ଅଭିଯୋଗ ଶୁଣାଣି ଫଇସଲା ହାର ରେକର୍ଡ ପରିମାଣ ୯୩ ପ୍ରତିଶତ ରହିଛି। ହେଲେ ଏହି ହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସନ୍ତୁଷ୍ଟ ରହିଛି । ଏହି ହାରକୁ କିଭଳି ୧୦୦% କରାଯାଇପାରିବ, ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ୱ ଦେବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଏସଂକ୍ରାନ୍ତରେ ଅକ୍ଟୋବର ୨୯ରେ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି, ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ୨୦୨୪ ଜୁଲାଇ ପହିଲାରେ ପ୍ରଥମ ଜନଅଭିଯୋଗ ସାକ୍ଷାତରେ ନେଇଥିଲେ; ଯେଉଁଥିରେ କି ସିଧାସଳଖ ୧୦୦୦ ଆବେଦନ ଗ୍ରହଣ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେଉଛି ନାଗରିକ କୈନ୍ଦ୍ରିକ। ଏଥିପ୍ରତି ଲୋକଙ୍କ ବହୁ ଆଶା ଓ ଭରସା ରହିଛି । ଏହା ମାଧ୍ୟମରେ ସମାଜର ବହୁ ଲୋକ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି। ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ୧୪ଥର ଜନଅଭିଯୋଗ ଶୁଣାଣି କରି ୧୨ହଜାର ୯୫୦ ଅଭିଯୋଗ ଗ୍ରହଣ କରିଛନ୍ତି ।

Chief Minister Mohan Majhi

ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି, ଜୁଲାଇ ପହିଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୧୪୨୦ଟି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୧୪୧୧ଟିର ଫଇସଲା ହୋଇଛି । ଉକ୍ତଦିନର ୯୯% ଅଭିଯୋଗର ସମାଧାନ ହୋଇଥିଲେ ବି ୯ଟିର କାହିଁକି ସମାଧାନ ହୋଇନାହିଁ ତାହା ବୁଝାପଡୁନାହିଁ । ସେହିପରି ଜୁଲାଇ ୧୫ରେ ୧୬୩୨ ଅଭିଯୋଗ ମଧ୍ୟରୁ ୧୬୦୯ଟିର ଫଇସଲା ହୋଇଥିବାବେଳେ ୨୩ଟି ବାକି ରହିଥିବାବେଳେ ଅଗଷ୍ଟ ୫ରେ ସର୍ବାଧିକ ୨୩୪୯ଟି ଅଭିଯୋଗ ମଧ୍ୟରୁ ୨୩୦୯ଟିର ଫଇସଲା ହୋଇଛି ।

ସେହିପରି ସେପ୍ଟେମ୍ବର ୨୩ରେ ୭୨୭ରୁ ୭୧୦ଟିର ଫଇସଲା ହୋଇଥିବାବେଳେ ଅକ୍ଟୋବର ୨୧ରେ ୭୧୪ରୁ ୬୯୭, ଡିସେମ୍ବର ୧୬ରେ ୫୦୩ରୁ ୪୮୬, ୨୦୨୫ ଫେବୃଆରୀ ୩ରେ ୭୦୬ରୁ ୬୭୫, ମାର୍ଚ୍ଚ ୩ରେ ୬୪୦ରୁ ୫୮୭, ଏପ୍ରିଲ ୨୧ରେ ୮୫୭ରୁ ୮୧୫, ମେ' ୧୯ରେ ୬୬୦ରୁ ୬୦୩ଟିର ଫଇସଲା ହୋଇଛି । ହେଲେ ୨୦୨୫ ଜୁଲାଇ ୭ରେ ୬୨୨ଟି ଅଭିଯୋଗ ମଧ୍ୟରୁ ୪୯୫ଟି ଫଇସଲା ହୋଇଛି, ଯାହା କି ମାତ୍ର ଫଇସଲା ହାର ୮୦ ପ୍ରତିଶତ ରହିଛି ।

ଜୁଲାଇ ୨୮ରେ ୭୩୬ରୁ ୫୪୩ଟିର ଫଇସଲା ହୋଇଥିବାବେଳେ ୧୯୩ଟି ବକେୟା ରହିଛି । ଅଗଷ୍ଟ ୧୧ରେ ଶେଷଥର ପାଇଁ ହୋଇଥିବା ଅଭିଯୋଗ ଶୁଣାଣିରେ ୬୯୮ରୁ ମାତ୍ର ୪୩୪ଟିର ଶୁଣାଣି ହୋଇଛି । ଅଭିଯୋଗ ଫଇସଲା ହାର ମାତ୍ର ୬୨ ପ୍ରତିଶତ ରହିଛି। ଏହାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । ତେଣୁ ତୁରନ୍ତ ବକେୟା ଥିବା ଅଭିଯୋଗର ଫଇସଲା କରି ୧୫ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ସୁରେନ୍ଦ୍ର କୁମାର ପତ୍ରରେ ଦର୍ଶାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+