ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସାମିଲ
ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସାମିଲ। ଗାଁ ଗାଁରେ ଅଣ୍ଟାଏ ଲେଖାଏ ପାଣି ଚାଲିଛି। ଲୋକେ ଘରେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଜରୁରୀ ସାମଗ୍ରୀ ଆଣିବାକୁ ଡଙ୍ଗାରେ ଯାଆସ କରୁଛନ୍ତି। ରାସ୍ତାଘାଟ, ଚାଷଜମି ଏକାକାର। ଯୁଆଡ଼େ ଦେଖିଲେ ଖାଲି ପାଣି ଆଉ ପାଣି ଦିଶୁଛି। ହଜାର ହଜାର ହେକ୍ଟର ଚାଷ ଜମି ବନ୍ୟା ପାଣିରେ ବୁଡ଼ିଛି। ବୁଢାବଳଙ୍ଗ ଓ ଜଳକା ବି ଫୁଲୁଛି। ଫଳରେ ଆତଙ୍କିତ ହୋଇପଡିଛନ୍ତି ନଦୀ କୂଳିଆ ଲୋକ।

ସେପଟେ ମୟୂରଭଂଜରେ ଭୀଷଣ ବର୍ଷା ଯୋଗୁଁ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା ଓ ଚିତ୍ରଡା ଅଞ୍ଚଳରେ ବୃଦ୍ଧି ପାଇଛି ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁଁ ନଦୀରେ ବନ୍ୟା ପାଣି ଆସି ବଡ଼ସାହି ବ୍ଲକ୍ ଭିମଦା ପଞ୍ଚାୟତର ଚେଙ୍ଗୁଆ ମଙ୍ଗଳପୁର ବନ୍ଧର ଆଡି ବନ୍ଧ ଭାଙ୍ଗିଯାଇଛି। ଫଳରେ ଶହ ଶହ ହେକ୍ଟର ହେକ୍ଟର ଜମିରେ ପାଣି ମାଡିଯାଇଛି।
ଗତ ୪ଦିନ ଧରି ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବୁଢ଼ାବଳଙ୍ଗ, ବୈତରଣୀ,ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ଫଳରେ ବାଲେଶ୍ୱରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି












Click it and Unblock the Notifications