Get Updates
Get notified of breaking news, exclusive insights, and must-see stories!

ଅର୍ଥନୈତିକ କରିଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଇକୋନୋମିକ୍‌ ରିଜିଅନ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଲୋକସଭା ଭବନରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ସୂଚନା ଦେଇ କହିଛନ୍ତି ଯେ ଭିତ୍ତିଭୂମିର ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ଏକ ସମୃଦ୍ଧ ଓଡ଼ିଶା ଗଠନ ଆମ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏହି ଦିଗରେ ନୀତି ଆୟୋଗଙ୍କ ସହଯୋଗରେ ପ୍ରସ୍ତୁତ 'ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ୱୀପ ଇକୋନୋମିକ୍ ରିଜିଅନ୍' (BCPPER) ଯୋଜନା ରାଜ୍ୟର ଭିତ୍ତିଭୂମି ଓ ଅର୍ଥନୀତି କ୍ଷେତ୍ରରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ସେହି କ୍ରମରେ ​ଆଜି ଲୋକ ସେବା ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ରୋଡ଼ମ୍ୟାପ୍‌ର ଶୁଭାରମ୍ଭ କରାଯାଉଛି।

mohan majhi

ଏହା ସହ ବିଭିନ୍ନ ବୈଷୟିକ ଅଧିବେଶନ ଓ ଚର୍ଚ୍ଚା-ଆଲୋଚନା ମାଧ୍ୟମରେ ଏହି ଅଞ୍ଚଳଗୁଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ, ଐତିହ୍ୟ, ଶିଳ୍ପ ଏବଂ ଲଜିଷ୍ଟିକ୍ସ ହବ୍‌ରେ ପରିଣତ କରିବା ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ। ​ ଏହି ଦୂରଦୃଷ୍ଟି ସମ୍ପନ୍ନ ପ୍ରୟାସ ୨୦୩୬ ସୁଦ୍ଧା 'ସମୃଦ୍ଧ ଓଡ଼ିଶା' ଏବଂ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ସୁଦୃଢ଼ ସ୍ତମ୍ଭ ସାଜିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+