ବିଭିନ୍ନ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଲେ ମୁଖ୍ୟମନ୍ତ୍ରୀ
କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ଫୁଲବାଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁତନ କୋଠା, ସରକାରୀ ଆବାସୀକ ଗୃହ, ଏୟାରପୋର୍ଟର ନବ ନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଜିଲ୍ଲାର ବିକାଶର ଧାରାକୁ ଆଗେଇ ନେବା ପାଇଁ ଏହି ପ୍ରକଳ୍ପ ଗୁଡିକର ବିଶେଷ ଯୋଗଦାନ ରହିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ରାଜ୍ଯରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ନିଯୁକ୍ତି ସୁଯୋଗ ଇତ୍ୟାଦି କ୍ଷେତ୍ରକୁ ସୁଦୃଢ କରିବା ପାଇଁ ଲୋକଙ୍କ ସରକାର ପ୍ରାଥମିକତା ଦେଉଛନ୍ତି। ଆଜି କୋରାପୁଟ ଜିଲ୍ଲାର ପ୍ରଥମ ସରକାରୀ ସେବିକା ମହାବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ୩୦୦ ଶଯ୍ୟା ବିଶିଷ୍ଠ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ମାନଙ୍କ ପାଇଁ ମୋଟ ୯୬ଟି ଆବାସିକା ଗୃହର ଶୁଭାରମ୍ଭ କରାଯାଇଛି। ଯାହାକି ଜିଲ୍ଲାବାସୀଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ସହାୟକ ହେବ। ଏହାସହିତ ଗମନାଗମନ କ୍ଷେତ୍ରକୁ ଉନ୍ନତ କରିବା ପାଇଁ ଜୟପୁର ବିମାନବନ୍ଦରର ନବନିର୍ମିତ ଟର୍ମିନାଲର ମଧ୍ୟ ଶୁଭ ଉଦ୍ଘାଟନ କରାଯାଇଛି।

ଲୋକଙ୍କ ସରକାର କଥା ନୁହେଁ। କାମରେ ବିଶ୍ବାସ କରନ୍ତି। ରାଜ୍ଯର ଚାଷୀ ଭାଇଙ୍କ ସଶକ୍ତୀକରଣ ପାଇଁ ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ସହ ଧାନ କୁଇଣ୍ଟାଲ ପିଛା ମୋଟ ୩୧୦୦ ଟଙ୍କାରେ କିଣାଯାଉଛି। ସୁଭଦ୍ରା ଯୋଜନା ମାଧ୍ୟମରେ ମା'ମାନଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରାଯାଉଛି। କୋରାପୁଟ ହେଉଛି ସମଗ୍ର ଦେଶର ପର୍ଯ୍ୟଟନ ମାନଚିତ୍ରରେ ଅନ୍ୟତମ ଆକର୍ଷଣର କେନ୍ଦ୍ର। କୋରାପୁଟର କଫି ଆଜି କେବଳ ଦେଶ ନୁହେଁ ସମଗ୍ର ବିଶ୍ବରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ମାଟିର ମାଣ୍ଡିଆ କୁଇନ୍ ରାଇମତି ଘଉରିଆ ଜୈବିକ ଚାଷ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଜନକ ଡକ୍ଟରେଟ୍ ପାଇଛନ୍ତି, ଯାହାକି ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ।












Click it and Unblock the Notifications