ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା ଅଧିକାରୀ, ଏପଟେ ମୁଖ୍ୟମନ୍ତ୍ରୀ କହିଲେ ...

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରତିକ୍ରିୟା ରଖିଛନ୍ତି । ସରକାର ସଚେତନ ଅଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମୋହନ । ଘଟଣାକୁ ଗୁରୁତ୍ବର ସହ ନିଆଯାଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏତଲା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସଂପୃକ୍ତ ପୋଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏ ସରକାର କାର୍ଯ୍ୟାନୁଷ୍ଠାନ ନେବାରେ କେବେ ପଛଘୁଞ୍ଚା ଦିଅନ୍ତିନି' ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେପଟେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା ଅଧିକାରୀ। ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍‌ ଶେଖାୱତ୍‌ଙ୍କ ଚିଠି । ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନାଧିକାରୀଙ୍କୁ ପୋଲିସ ପିଟିଛି। ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି। ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନାଧିକାରୀଙ୍କୁ ହାଜତରେ ପୂରାଇଛନ୍ତି । ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ନିବେଦନ କଲେ ।

Chief Minister Mohan Majhi

ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର ବିଳମ୍ବିତ ରାତିରୁ ରବିବାର ଭୋର୍‌ ପର୍ଯ୍ୟନ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ କିପରି ଭାବେ ତାଙ୍କ ସହ ଦୁଃର୍ବ୍ୟବହାର ପ୍ରଦର୍ଶନ କରିଥିଲେ ସେ ସବୁ ଘଟଣା କାନ୍ଦି କାନ୍ଦି ବଖାଣିଛନ୍ତି। ଅଙ୍କିତାଙ୍କ କଥା ଶୁଣିବା ପରେ କମିଶନରେଟ୍‌ ପୋଲିସ ଅଧୀନରେ ଆସୁଥିବା ଭରତପୁର ଥାନାର କର୍ମଚାରୀ ଓ ଅଧିକାରୀ କିପରି ବେଆଇନ ଏବଂ ଆପରାଧିକ କାର୍ଯ୍ୟକଳାପ କରିଥିଲେ ସେସବୁ ଲୋକଲୋଚନକୁ ଆସିଛି। ବିଳମ୍ବିତ ରାତିରେ ଅଭିଯୋଗ କରିବାକୁ ଆସିଥିବା ମେଜର ଗୁରୁଭନ୍ସ ଏବଂ ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ରାତିତମାମ ଥାନା କର୍ମଚାରୀ ଅକଥନୀୟ ନିର୍ଯାତନା ଦେଇଛନ୍ତି। ଖାଲି ନିର୍ଯାତନା ନୁହେଁ, ଅଙ୍କିତାଙ୍କୁ ମାଡ଼ ମାରିବା ସହ ତାଙ୍କ ପ୍ରାଇଭେଟ୍‌ ପାର୍ଟକୁ ପୁରୁଷ ପୋଲିସ ଗୋଇଠା ମଧ୍ୟ ମାରିଥିଲେ। କିଛି ସମୟ ପରେ ଆଇଆଇସି ଆସି ତାଙ୍କ ପ୍ୟାଣ୍ଟ ଖସାଇ ଦେଇଥିଲେ। ଏହାପରେ ଆଇଆଇସି ନିଜର ଗୁପ୍ତାଙ୍ଗ ଦେଖାଇ କେତେ ଥର ନେଲା ପରେ ଚୁପ୍‌ ରହିବୁ ବୋଲି କହିଥିବା ଅଙ୍କିତା କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+