ପୂଜା ମଣ୍ଡପକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି; ରାଜ୍ୟ ସାରା ସବୁ ପୂଜା ମଣ୍ଡପକୁ ଭଡ଼ା ଛାଡ଼
ମୁଖ୍ୟମନ୍ତ୍ରୀଙ୍କ ପୂଜା ଭେଟି। ଶାରଦୀୟ ଦୁର୍ଗା ପୂଜା ଅବସରରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ସରକାର ପ୍ରଥମ ଥର କ୍ଷମତାକୁ ଆସିବା ପରେ ପୂଜା ମଣ୍ଡପମାନଙ୍କୁ ଦେଇଛନ୍ତି ପୂଜା ଭେଟି । ରାଜ୍ୟର ସବୁ ଦୁର୍ଗା ପୂଜା ପେଣ୍ଡାଲର ସରକାରୀ ଭଡ଼ା ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଆଜି ମହାଷ୍ଟମୀ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ବିଭିନ୍ନ ମେଢ ବୁଲିବାର କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ପ୍ରଥମେ ସେ ଓଲଡ ଟାଉନର ପାଟଣାସାହି ପୂଜା ମଣ୍ଡପରେ ପହଞ୍ଚିଛନ୍ତି। ସେଠାରେ ସେ ମା'ଙ୍କ ଆର୍ଶିବାଦ ନେବା ସହ ରାଜ୍ୟବାସୀଙ୍କ ଶୁଭ ମନାସୀଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ରାଜଧାନୀରେ ପ୍ରାୟ ୧୦ଟି ପୂଜା ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଭାଗୀୟ ମନ୍ତ୍ରୀ ବି ମଣ୍ଡପ ବୁଲିବା କାର୍ଯ୍ୟକ୍ରମ ରହିଛି।
ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଗଲା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଫଳରେ ଆଉ ପୂଜା ମଣ୍ଡପ ତଥା ଷ୍ଟାଣ୍ଡ ନିମନ୍ତେ କମିଟିକୁ ଆଉ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।












Click it and Unblock the Notifications