Get Updates
Get notified of breaking news, exclusive insights, and must-see stories!

ରେକର୍ଡ ରେଳ ବଜେଟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କୃତଜ୍ଞତା

୧୦ ହଜାର ୯୨୮ କୋଟିର ରେଳ ବଜେଟ୍ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧନ୍ୟବାଦ । ପ୍ରଧାନମନ୍ତ୍ରୀ, ଅର୍ଥ ମନ୍ତ୍ରୀ, ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ରେଳ ଭିତ୍ତିଭୂମିର କାୟାକଳ୍ପ ପାଇଁ ବଜେଟ୍‌ରେ ରେକର୍ଡ ଅର୍ଥ ମିଳିଛି । ଦୂର ଦୃଷ୍ଟି ସମ୍ପନ୍ନ ପଦକ୍ଷେପ 'ସମୃଦ୍ଧ ଓଡିଶା' ଗଠନ ସଂକଳ୍ପକୁ ସୁଦୃଢ କରିଛି । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି କହିଥିଲେ ଯେ ବଜେଟ୍‌ ୨୦୨୬-୨୭ରେ ଓଡିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି । ଇଷ୍ଟ - ୱେଷ୍ଟ କରିଡର ଓଡିଶା ଦେଇ ଛତିଶଗଡ, ମହାରାଷ୍ଟ୍ର, ଗୁଜୁରାଟ ଯିବ ।

Mohan Majhi

ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ଉଲ୍ଲେଖନୀୟ ରେଳ ପ୍ରସାରଣ ହୋଇଛି । ଏହି ସଫଳତା ଓଡ଼ିଶାର ଭିତ୍ତିଭୂମିକୁ ସୁଦୃଢ଼ ​​କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ । ଓଡିଶାରେ ଶିଳ୍ପ କ୍ଷେତ୍ର ଓ ନିଯୁକ୍ତି ବଢିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଉଛି । ଓଡ଼ିଶାରେ ଡବଲ ଇଂଜନ ସରକାର ଚାଲିଛି । ଆଗାମୀ ୫ବର୍ଷରେ ୧ ଲକ୍ଷ କୋଟି ଟଙ୍କା ପ୍ରକଳ୍ପ କରାଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ସେହି ଆଧାରରେ କାମ କରାଯାଉଛି । ରାଜ୍ୟରେ ଏପର୍ଯ୍ୟନ୍ତ ୯୦ କୋଟି ଟଙ୍କାର ପ୍ରକଳ୍ପ କାମ ଚାଲିଛି। ଆଉ ୧୦ କୋଟି ଟଙ୍କା କଲେ ଆମର ମିସନ‌ ପୁରା ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+