ଗଜପତି ଜିଲ୍ଲା ଅତିରିକ୍ତ ଜିଲାପାଳଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି
ଗଜପତି ଜିଲ୍ଲା ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତଃ ଦାସ ଜଣେ ନିଷ୍ଠାପର, ଦାୟିତ୍ୱ ସମ୍ପନ୍ନ ଅଧିକାରୀ ଭାବେ ଜନସାଧାରଣଙ୍କ ହିତ ପାଇଁ ସର୍ବଦା କର୍ମରତ ଥିଲେ । ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁମହଲରେ ପ୍ରଶଂସିତ ଥିଲେ। ତାଙ୍କ ବିୟୋଗରେ ରାଜ୍ୟ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ହରାଇଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଗୀତ ଗାଉଥିବା ବେଳେ ଟଳିପଡିଲେ ଗଜପତି ଅତିରିକ୍ତ ଜିଲ୍ଲାପାଳ ।
ଗଜପତି ଜିଲ୍ଲା ଏଡିଏମ ବୀରେନ୍ଦ୍ର ଦାଶଙ୍କ ଦେହାନ୍ତ ହୋଇଛି । ଗତକାଲି ରାତିରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ଗାଉଥିବା ବେଳେ ସେ ତଳେ ପଡିଯାଇଥିଲେ । ପରେ ତାଙ୍କୁ ସେଠାରୁ ପାରଳାଖେମୁଣ୍ଡି ମୁଖ୍ୟଚିକିତ୍ସାଳୟରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଏହା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଜଗନ୍ନାଥଙ୍କ ଭଜନ ଗାଉଥିବାବେଳେ ତାଙ୍କ ଜୀବନ ଚାଲିଯାଇଥିଲା। ଭକତ ବିଦୁର ଶାଗ ଭଜା ଦେଇ ଗୀତ ଗାଉଥିବାବେଳେ ସେ ହଠାତ ଟଳିପଡ଼ିଥିଲେ । ବୁଧବାର ରାତିରେ ପାରଳାଖେମୁଣ୍ଡି ବୃନ୍ଦାବନ ପ୍ୟାଲେସରେ ପ୍ରଶାସନିକ ଅଧିକାରୀମାନେ ଏକ ନୈଶ୍ୟ ଭୋଜିର ଆୟୋଜନ କରିଥିଲେ।
ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସରିବା ଖୁସିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମଂଚ ଉପରକୁ ଯାଇ ଗୀତ ଗାଉଥିଲେ ବୀରେନ୍ଦ୍ର। ରେଭିନ୍ୟୁ ଏଡିଏମଙ୍କ ଗୀତରେ ସମସ୍ତେ ଝୁମୁଥିଲେ। ହେଲେ ଗୀତ ଗାଉଥିବା ବେଳେ ହଠାତ୍ ମଞ୍ଚରେ ପଡି ଯାଇଥିଲେ ରେଭିନ୍ୟୁ ଏଡିଏମ । ତୁରନ୍ତ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରେଭିନ୍ୟୁ ଏଡିଏମଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହଯୋଗୀ ଷ୍ଟାଫ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications