16009 ଜଣ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି । ୧୬ ହଜାର ୯ ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିଲା ନିଯୁକ୍ତି । ନବନିଯୁକ୍ତ ଶିକ୍ଷକଙ୍କୁ ଶନିବାର ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ସମାରୋହରେ ନିଯୁକ୍ତିପତ୍ର ବାଣ୍ଟିବା ପରେ ସୋସିଆଲ ମିଡିଆ 'ଏକ୍ସ'ରେ ଲେଖିଛନ୍ତି, "ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଠାରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିମନ୍ତେ ଆୟୋଜିତ 'ମାର୍ଗ ଦର୍ଶନ' ସମାରୋହରେ ଯୋଗଦେଲି । ଆଜି (ଶନିବାର) ଗୁରୁ ଦାୟିତ୍ଵ ପାଇଥିବା ସମସ୍ତ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମାନବ ଜୀବନକୁ ଗଢି ତୋଳିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ଏକ ସରଳ ଶିଶୁର ଭବିଷ୍ୟତ ଗଢିବାରେ ଦାୟିତ୍ଵ ଗୁରୁଙ୍କ ହାତରେ । ଆପଣ କେବଳ ଜଣେ ସରକାରୀ କର୍ମଚାରୀ ନୁହନ୍ତି ଆପଣ ହେଲେ ଜଣେ ଜଣେ ମଣିଷ ଗଢା ଶିଳ୍ପୀ ।

ଓଡ଼ିଶାର ଭବିଷ୍ୟତର ଦାୟିତ୍ଵ ଏବେ ଆପଣ ସମସ୍ତଙ୍କ କାନ୍ଧରେ। ଆପଣଙ୍କ ଶିକ୍ଷା ଦାନକୁ ଆହୁରି ସରଳ କରିବା ନିମନ୍ତେ ସରକାର ମଧ୍ୟ ପ୍ରତିବଦ୍ଧ। ଶିକ୍ଷାର ଉନ୍ନତିରେ ଦେଶର ଉନ୍ନତି, ଡବଲ ଇଞ୍ଜିନ ସରକାରରେ ଗୁଣାତ୍ମକ ଶିକ୍ଷାକୁ ଯଥେଷ୍ଟ ଗୁରୁତ୍ଵ ଦିଆଯାଉଛି, ଏହାକୁ ଆହୁରି ଉନ୍ନତ ଏବଂ ଆଧୁନିକ କରିବା ନିମନ୍ତେ ଶିକ୍ଷାକ୍ଷେତ୍ରର ବିକାଶ ପାଇଁ ୩୫,୫୩୬ କୋଟି ବ୍ୟୟବରାଦ କରାଯାଇଛି। ଆମ ସରକାର ଆସିବା ପରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ସହଯୋଗରେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯାଇଛି। କେବଳ ଭଙ୍ଗା ଘରେ ରଙ୍ଗ ଦେଇ ରୂପାନ୍ତରଣ କହିଦେଲେ ଶିକ୍ଷାରେ ଉନ୍ନତି ହୁଏନି। ଜଣେ ଶିକ୍ଷକ ଭାବେ ଶିକ୍ଷା ଏବଂ ଭିତ୍ତିଭୂମିର ଆବଶ୍ୟକତାକୁ ମୁଁ ହୃଦୟଙ୍ଗମ କରିଛି। ଓଡ଼ିଶାର ଭବିଷ୍ୟତ ଗଢିବାର ଗୁରୁ ଦାୟିତ୍ଵକୁ ସରକାର ଆପଣଙ୍କ ହାତରେ ପ୍ରଦାନ କରିଛନ୍ତି।

କାନ୍ଥରେ ରଙ୍ଗ ମାରି 5T ସ୍କୁଲ ଯୋଜନା :-
"ଫାଇଭ୍‌ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ନେଇ ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ସମାଲୋଚନା। କାନ୍ଥରେ ରଙ୍ଗ ମାରିଲେ ଶିକ୍ଷା ମାନ ବଢ଼ିବନି କହିଲେ ମୋହନ ମାଝୀ। ଫାଇଭ୍‌ ଟି ସ୍କୁଲର ରୂପାନ୍ତରଣ କିଭଳି ଅବସ୍ଥାରେ ଅଛି ଦେଖିପାରିବେ। ରୂପାନ୍ତରଣ ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରି ଦିଆଯାଇଛି। କାନ୍ଥରେ ରଙ୍ଗ ମାରିଦେଲେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିଯିବନି। ଫାଇଭ୍‌ ଟି ସ୍କୁଲର ଭିତ୍ତିଭୂମି ଦେଖିଲେ ବହୁତ ଦୁଃଖ ଲାଗେ," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ହରଣ, ଗୁଣନ ବି ସେଠାରେ ପଢୁଥିବା ପିଲା କରିପାରୁନାହାନ୍ତି। ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ କରିବେ ଗୋଦାବରୀଶ ଆଦର୍ଶ ସ୍କୁଲ। ପ୍ରତି ଗ୍ରାମରୁ ବଛା ବଛା ଛାତ୍ରଛାତ୍ରୀ ସେଠି ପଢ଼ି ସେଠୁ ରୂପାନ୍ତରିତ ସ୍କୁଲ ଯିବେ," ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।

ସୁଧୁରିବ ଶିକ୍ଷା ଭିତ୍ତିଭୂମି:-
"5T ସ୍କୁଲ ପାଇଁ ଗୋଟିଏ ଫିଡର ସ୍କୁଲ ଭାବେ ଚୟନ କରିବାକୁ ପୂର୍ବ ସରକାରଙ୍କୁ ପ୍ରସ୍ତାବ ଦେଇଥିଲି । ପ୍ରାଇଭେଟ୍ ସ୍କୁଲ ଭଳି ପାଠ ପଢି ଥାନ୍ତେ ପିଲା । କିନ୍ତୁ ସରକାର ମୋ କଥାକୁ ଗ୍ରହଣ କରି ନଥିଲେ। ସେ ପ୍ରସ୍ତାବକୁ ଏବେ କେମିତି କାର୍ଯ୍ୟକାରୀ କରିବି। ସେ ନେଇ ବିଭାଗ ସହ ଆଲୋଚନା କରିଛି । ବିଭାଗ ମୋତେ ସମର୍ଥନ କରିଛି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହୋଇଛି । ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବ । ଯାହା ପିଲା ମାନଙ୍କ ପାଇଁ ସହାୟକ ହେବ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା ସମାଲୋଚନା-

ଶିକ୍ଷକ ନିଯୁକ୍ତିପତ୍ର ବଣ୍ଟନ ସମାରୋହରେ ଫାଇଭ୍‌ ଟି ରୂପାନ୍ତରିତ ସ୍କୁଲ ଯୋଜନାକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାନ୍ଥରେ ରଙ୍ଗ ମାରିଲେ ଶିକ୍ଷା ମାନ ବଢ଼ିବନି ନିଯୁକ୍ତିପତ୍ର ପ୍ରଦାନ ସମାରୋହରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଫାଇଭ୍‌ ଟି ସ୍କୁଲର ରୂପାନ୍ତରଣ କିଭଳି ଅବସ୍ଥାରେ ଅଛି ଦେଖିପାରିବେ । ରୂପାନ୍ତରଣ ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରି ଦିଆଯାଇଛି । କାନ୍ଥରେ ରଙ୍ଗ ମାରିଦେଲେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିଯିବନି । ଫାଇଭ୍‌ ଟି ସ୍କୁଲର ଭିତ୍ତିଭୂମି ଦେଖିଲେ ବହୁତ ଦୁଃଖ ଲାଗେ କହିଛନ୍ତି ମୋହନ ମାଝୀ ।

ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ:-
୧ ଶିକ୍ଷକତାକୁ ପେଶା ନୁହେଁ, ନିଶା ଭାବେ ଗ୍ରହଣ କରନ୍ତୁ
୨ ନିଜ ବାପା ମାଆଙ୍କ ପରେ ସବୁଠୁ ଅଧିକ ସମୟ ପିଲା ମାନେ ଶିକ୍ଷକ ମାନଙ୍କ ପାଖରେ ଅତିବାହିତ କରିବେ
୩ ଶିକ୍ଷାଦାନକୁ ଆନନ୍ଦ ମୟ କରନ୍ତୁ
୪ ବିଦ୍ୟାର୍ଥୀ ଆପଣଙ୍କୁ ବନ୍ଧୁ ଭାବେ ଭାବିବା ଆବଶ୍ୟକ
୫ ଆଧୁନିକ ପଦ୍ଧତିକୁ ଆଦୃତ କରନ୍ତୁ । ବହୁଳ ଭାବେ ବ୍ୟବହାର କରନ୍ତୁ

କେଉଁ ଜିଲ୍ଲାରୁ କେତେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ହେବେ:-
ଚୟନ ହୋଇଥିବା ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ ଜଣ, ବାଲେଶ୍ୱର ଜିଲ୍ଲାରେ ୬୦୦ଜଣ, ବରଗଡ଼ ଜିଲ୍ଲାରେ ୪୭୯ଜଣ, ଭଦ୍ରକ ଜିଲ୍ଲାରେ ୨୬୦ଜଣ, ବଲାଙ୍ଗିର ଜିଲ୍ଲାରେ ୧୦୮୦ଜଣ, ବୌଦ୍ଧ ଜିଲ୍ଲାରେ ୬୫ଜଣ, କଟକ ଜିଲ୍ଲାରେ ୮୯୩ଜଣ, ଦେବଗଡ଼ ଜିଲ୍ଲାରେ ୨୧ଜଣ, ଢେଙ୍କାନାଳ ଜିଲ୍ଲାରେ ୫୮୩ଜଣ, ଗଜପତି ଜିଲ୍ଲାରେ ୧୩ଜଣ, ଗଞ୍ଜାମ ଜିଲ୍ଲାରେ ୧୨୬୪ଜଣ, ଜଗତସିଂହପୁର ଜିଲ୍ଲାରେ ୮୮ଜଣ, ଯାଜପୁର ଜିଲ୍ଲାରେ ୮୭୨ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୩୮ଜଣ, କଳାହାଣ୍ଡି ଜିଲ୍ଲାରେ ୮୧୧ ଜଣ, କନ୍ଧମାଳ ଜିଲ୍ଲାରେ ୧୫୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୦୩୮ଜଣ, କେନ୍ଦୁଝର ଜିଲ୍ଲାରେ ୧୩୨୯ ଜଣ, ଖୋର୍ଦ୍ଧା ଜିଲ୍ଲାରେ ୭୫୩ ଜଣ, କୋରାପୁଟ ଜିଲ୍ଲାରେ ୯୨୨ଜଣ, ମାଲକାନଗିରି ଜିଲ୍ଲାରେ ୫୫୫ଜଣ, ମୟୂରଭଞ୍ଜ ଜିଲ୍ଲାରେ ୮୨୭ ଜଣ, ନବରଙ୍ଗପୁର ଜିଲ୍ଲାରେ ୮୬୦ ଜଣ, ନୟାଗଡ଼ ଜିଲ୍ଲାରେ ୮୩ ଜଣ, ନୂଆପଡ଼ା ଜିଲ୍ଲାରେ ୨୨୧ ଜଣ, ପୁରୀ ଜିଲ୍ଲାରେ ୭୩୩ଜଣ, ରାୟଗଡ଼ା ଜିଲ୍ଲାରେ ୫୧୧ ଜଣ, ସମ୍ବଲପୁର ଜିଲ୍ଲାରେ ୨୧୮ ଜଣ, ସୁବର୍ଣ୍ଣପୁର ଜିଲ୍ଲାରେ ୧୫୭ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣ ନିଯୁକ୍ତି ପାଇଛନ୍ତି।

ଦ୍ରୁତଗତିରେ ବିଜେପିର ପ୍ରତିଶ୍ରୁତି ପୂରଣ-

ଶନିବାର କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ 'ଏକ୍ସ'ରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି, "ଭୁବନେଶ୍ୱର ଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆୟୋଜିତ "ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ"ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ, ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ଯୋଗଦେଲି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+