ପୁଷ୍କରା' ଟିମ୍‌କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ଘୋଷଣା ସାରା ଓଡିଶା ପାଇଁ ଖୁସି ଆଣି ଦେଇଥିବା ବେଳେ ଏହା ଓଡିଶା ଏବଂ ଓଡ଼ିଆ ସିନେ ଜଗତ ପାଇଁ ଗର୍ବ ଏବଂ ଗୌରବର ବିଷୟ । ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ପାଇଁ ଶ୍ରେଷ୍ଠ ବିବେଚିତ ହେବା ପରେ ସିନେମାର ଅଭିନେତା ଏବଂ ପ୍ରଡକସନ ହାଉସକୁ ଶୁଭେଚ୍ଛାର ସୁଅ ଛୁଟିଛି ।

mohan majhi

ତେବେ ଓଡ଼ିଆ ଫିଲ୍ମ 'ପୁଷ୍କରା' ଜାତୀୟ ସ୍ତରରେ ଓଡିଶା ପାଇଁ ଗର୍ବ ଆଣିଥିବା ବେଳେ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି- ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ 'ପୁଷ୍କରା' ପୁରସ୍କୃତ ହୋଇଛି। ପୁଷ୍କରାର ନିର୍ମାତା, ନିର୍ଦ୍ଦେଶକ, କଳାକାର ତଥା ଏହା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଓଡ଼ିଆ ଚଳଚ୍ଚିତ୍ର ଜଗତ ଏହିପରି ଆହୁରି ଅନେକ ମୌଳିକ ଓ ଉତ୍ତମ ଚଳଚ୍ଚିତ୍ର ସହିତ ଆଗକୁ ବଢୁ ବୋଲି କାମନା କରୁଛି।

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବରେ 'ପୁଷ୍କରା' ପୁରସ୍କୃତ ହୋଇଛି। ପୁଷ୍କରାର ନିର୍ମାତା, ନିର୍ଦ୍ଦେଶକ, କଳାକାର ତଥା ଏହା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଓଡ଼ିଆ ଚଳଚ୍ଚିତ୍ର ଜଗତ ଏହିପରି ଆହୁରି ଅନେକ ମୌଳିକ ଓ ଉତ୍ତମ ଚଳଚ୍ଚିତ୍ର ସହିତ ଆଗକୁ...

ତେବେ ୨୦୨୩ ପାଇଁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ଫିଲ୍ମ 'ପୁଷ୍କରା'କୁ ଜାତୀୟ ପୁରସ୍କାର ଘୋଷଣା ହୋଇଛି । ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ 'ପୁଷ୍କରା'କୁ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଜାତୀୟ ପୁରସ୍କାର ମିଳିବ। ତରଙ୍ଗ ସିନେ ପ୍ରଡକସନ୍ସର 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛି। ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର ଅଭିନୟ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+