ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଆ ନୂଆବର୍ଷ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ ବାର୍ତ୍ତାରେ ସେ କହିଛନ୍ତି ଯେ, 'ଆଜି ଓଡ଼ିଆ ନୂଆବର୍ଷ। ପବିତ୍ର ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି ଭାରତର ସମ୍ବିଧାନ ପ୍ରଣେତା, ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ। ଆଜିର ଏହି ପବିତ୍ର ଶୁଭ ଦିନରେ ଆମ ରାଜ୍ୟର, ରାଜ୍ୟ ବାହାରେ ଏବଂ ସାରା ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ଅଭିନନ୍ଦନ ଜଣାଉଛି। ଆଗାମୀ ବର୍ଷ ଓ ଆଗକୁ ଆହୁରି ଅନେକ ଅନେକ ବର୍ଷ ଆପଣଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦର ହାତ ରହୁ ଏହା ହିଁ କାମନା କରୁଛି।'

Chief Minister Mohan Majhi congratulated the people of the state
ସେ ଆହୁରି କହିଛନ୍ତି ଯେ, 'କିଛିଦିନ ତଳେ ଚଳିତ ଅପ୍ରେଲ ମାସ ୧ ତାରିଖରେ ଆମେ ଓଡ଼ିଶା ଦିବସ ପାଳନ କରିଛନ୍ତି। ଅପ୍ରେଲ ୧ ଓଡ଼ିଶା ଦିବସରୁ ଅପ୍ରେଲ ୧୪ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ଆମେ ଓଡ଼ିଆ ଭାବରେ ଆମ ସ୍ୱାଭିମାନ, ପରିଚୟ ଓ ଅସ୍ମିତାରେ ଯୋଡ଼ି ହେବାପାଇଁ ଓ ଏଥିରୁ ପ୍ରେରଣା ନେବାକୁ ପ୍ରତିଦିନ ଓଡ଼ିଆ ସ୍ୱତନ୍ତ୍ର ପରିଚୟର ଉତ୍ସବ ପାଳନ କରିଛେ। ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ନେଇ ଗତ ୧୪ ଦିନ ଧରି ଆମ ପରିଚୟକୁ ଖୋଜିବା ସହ ନୂଆ ପିଢ଼ି ପାଖକୁ ବାର୍ତ୍ତା ପହଞ୍ଚାଇବା ପାଇଁ ଚେଷ୍ଟା କରିଛୁ। ଏହି ସମୟରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣି ମହାପୁରୁଷ ଓ ମହୀୟସୀମାନଙ୍କୁ ସ୍ମରଣ କରି ଯଥୋଚିତ ସମ୍ମାନ ଦେଉଛୁ।'
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+