କୋଲକାତାରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କୋଲକାତାରୁ ଆସି ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପାଗ ଖରାପ ଯୋଗୁ ଭୁବନେଶ୍ୱର ବଦଳରେ ଯାଇଥିଲେ କୋଲକାତା।
ଦିଲ୍ଲୀରୁ ଭୁବନେଶ୍ୱର ଏୟାରପୋର୍ଟରେ ନ ଓହ୍ଲାଇ ଯାଇଥିଲେ କୋଲକାତା । ଏୟାର୍ ଇଣ୍ଡିଆ AI-473 ବିମାନରେ ନୂଆଦିଲ୍ଲୀରୁ ଫେରୁଥିଲେ ମୁଖ୍ୟମନ୍ତ୍ରୀ। ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Chief Minister Mohan Majhi

ଦିଲ୍ଲୀ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ସକାଳେ ପାଗ ଖରାପ ଯୋଗୁ ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରୁଥିବା ବିମାନଟି ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିପାରିନଥିଲା । ଏହି ବିମାନଟି କୋଲକାତାରେ ଲ୍ୟାଣ୍ଡିଂ କରିଥିଲା । ପାଗ ବଦଳିବା ପରେ ମୁଖ୍ୟମନ୍ତ୍ରୀ କୋଲକାତାରୁ ବିମାନ ଯୋଗେ ଭୁବନେଶ୍ବର ଫେରିଛନ୍ତି ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଦିଲ୍ଲୀରେ ଜିଏସଟି କାଉନସିଲ ବୈଠକରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । ଏହାଦ୍ବାରା କୃଷକ ଓ ମଧ୍ୟବିତ୍ତବର୍ଗ ଉପକୃତ ହେବେ । ୪ଟି ଜିଏସଟି ସ୍ଲାବ ବଦଳରେ ୨ଟି ସ୍ଲାବ ସ୍ବାଗତଯୋଗ୍ୟ ପଦକ୍ଷେପ । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।.

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+