୧୯ରେ ହାଇଦରାବାଦରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ଼ ଶୋ
ଓଡ଼ିଶାକୁ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟ ନେଇ ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇଦରାବାଦରେ ରୋଡ଼ ଶୋ'ରେ ଯୋଗଦେବେ। ଏହି ଦୁଇଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

ମୁଖ୍ୟମନ୍ତ୍ରୀ ଦେଶର ପ୍ରମୁଖ ଶିଳ୍ପପତିଙ୍କ ସହ ଆଲୋଚନା କରି ଓଡ଼ିଶାରେ ଶିଳ୍ପ କ୍ଷେତ୍ରର ଉଜ୍ଜ୍ବଳ ଭବିଷ୍ୟତ ଏବଂ ସମ୍ଭାବନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ରାଜ୍ୟରେ ଉତ୍ସର୍ଗୀକୃତ ଶିଳ୍ପ ପାର୍କ, ସୁଦୃଢ଼ ଶିଳ୍ପ ଭିତ୍ତିଭୂମି, ଜମିର ଉପଲବ୍ଧତା, ଦକ୍ଷ କର୍ମଚାରୀ, ରାଜ୍ୟ ସରକାରଙ୍କ ନୀତି ଓ ଏକକ ବାତାୟନ ଶିଳ୍ପ ଅନୁମୋଦନ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯିବ।












Click it and Unblock the Notifications