Mohan Majhi: କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ

ନୂଆପଡ଼ା ଉପନିର୍ବାଚନ ଉପରେ ବିଜେପିର ଫୋକସ୍ । ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୁର୍ବରୁ କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ । କାଲି ସକାଳ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ମିନି ଷ୍ଟାଡିୟମ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ ।

ନୂଆପଡା ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟିଦେବାର କାର୍ଯ୍ୟକ୍ରମ ରହିଛି । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ବିଜୟ ହେବ ବୋଲି ଦାବିକରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସରକାରଙ୍କ ଦେଢ଼ ବର୍ଷର ସଫଳତା ନୂଆପଡା ଉପନିର୍ବାଚନରେ ବିଜେପି ବିଜୟର ଚାବିକାଠି ହେବ ବୋଲି ମୁକେଶ ମହାଲିଙ୍ଗ କହିଛନ୍ତି ।

Chief Minister Mohan Charan Majhi

ବିହାର ବିଧାନସଭା ନିର୍ବାଚନ ସହିତ ଓଡ଼ିଶାରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। କେବଳ ଏହି ଦୁଇଟି ରାଜ୍ୟ ନୁହେଁ, ଏକକାଳୀନ ୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବ। ନିର୍ବାଚନ ଲାଗି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ନେଇ ଇସିଆଇ(ଭାରତ ନିର୍ବାଚନ ଆୟୋଗ)ଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିହାର ନିର୍ବାଚନ ପାଇଁ ଆସନ୍ତା ମାସରେ ଅର୍ଥାତ ଅକ୍ଟୋବରରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି। ରାଜସ୍ଥାନ, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ପଞ୍ଜାବ, ମିଜୋରମ, ଜାମ୍ମୁ-କାଶ୍ମୀରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ଲାଗି ୪୭୦ ବରିଷ୍ଠ ଅଧିକାରୀ ନିଯୁକ୍ତ ହେବେ। ୩୨୦ ଆଇଏଏସ ଅଧିକାରୀ, ୬୦ ଆଇପିଏସ ଏବଂ ୯୦ ଆଇଆରଏସ, ଆଇଆରଏଏସ, ଆଇସିଏଏସ ଅଧିକାରୀ ନିଯୁକ୍ତ ହେବେ।

ସୂଚନାଯୋଗ୍ୟ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ଉକ୍ତ ଆସନ ଖାଲି ପଡ଼ିଛି। ତେଣୁ ସେଠାରେ ଉପନିର୍ବାଚନ ହେବ। ନୂଆପଡ଼ା ଉପନିର୍ବାଚନ ନେଇ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି। ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨ ମତଦାନ କେନ୍ଦ୍ର ରହିଛି। ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି। ସପ୍ଟେମ୍ବର ୧୫କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

୨୦୨୪ ନିର୍ବାଚନରେ ବିଜେଡି ନୂଆପଡା ଦଖଲ କରିଥିଲା । ବିଧାୟକ ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଖଣ୍ଡ ଭୋଟ ପାଇଁ ବୃହତ ବିଜୟ ହାସଲ କରିଥିଲେ । ୧୦ ବର୍ଷ ଧରି ଲଗାତର ବିଜେଡି ଏହି ଆସନ ଦଖଲ କରିଛି ।

ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଳ୍‌ ସିଂ ତୋମାର ଦମ୍ଭୋକ୍ତି ବାଢ଼ିଛନ୍ତି। ଏହି ଉପନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ ବୋଲି ସେ କହିଛନ୍ତି। ନୂଆପଡ଼ାରେ ବିଜେପି ତୃତୀୟ ସ୍ଥାନରେ ଅଛି। କେମିତି ଲଢ଼ିବ ପ୍ରଶ୍ନରେ ସେ କହିଛନ୍ତି, ରାଜ୍ୟରେ ଆଗରୁ ବିଜେପିର ସ୍ଥିତି କଣ ଥିଲା? ୨୪ ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ ଏବଂ ଓଡ଼ିଶାରେ ସରକାର ଗଠନ କରିବ ବୋଲି ପୂର୍ବରୁ କହିଥିଲି। ଓଡ଼ିଶାରେ ବିଜେପି ସରକାର ଗଠନ ହେଲା। ସେହିପରି ୧୬ରୁ ୧୮ ଲୋକସଭା ଆସନରେ ବିଜୟ ହେବ ବୋଲି କହିଥିଲି। ୨୦ ସାଂସଦ ଜିତିଲେ। ତେଣୁ ନୂଆପଡ଼ା ଉପନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+