ମାର୍ଚ୍ଚ ୨ରେ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏହି ବିଶେଷ କାର୍ଯ୍ୟକ୍ରମରେ ଦେବେ ଯୋଗ

କେନ୍ଦୁଝର ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୨ରେ ଆସିବେ। ମୟୂରଭଞ୍ଜ ଜିଲାରେ ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ ସାରି ୨ ତାରିଖ ପୂର୍ବାହ୍ନ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅବତରଣ କରିବେ। ସେଠାରେ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

mohan mjahi

କାର୍ଯ୍ୟକ୍ରମ ସାରି ହେଲିକପ୍ଟରରେ ଚମ୍ପୁଆ ଯାଇ ମଧ୍ୟାହ୍ନ ୧୨ଟା୪୫ରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେବେ। ସେଠାରୁ ହେଲିକପ୍ଟରରେ କେନ୍ଦୁଝର ରିଜର୍ଭ ପଡ଼ିଆକୁ ଆସି ସଡ଼କ ପଥରେ ନିଜ ଗ୍ରାମ ରାଇକଳାକୁ ଯାଇ ଅପରାହ୍ନ ୪ଟାରେ ଏକ କ୍ରିକେଟ ମ୍ୟାଚ ଫାଇନାଲ ଉତ୍ସବରେ ଯୋଗଦେବେ।

ସେଠାରୁ ରାଇକଳାସ୍ଥିତ ନିଜ ବାସଭବନକୁ ଯାଇ ସଡ଼କ ପଥରେ ୬ଟା ୩୦ରେ କେନ୍ଦୁଝର ଫେରିବେ। ସନ୍ଧ୍ୟା ୭ଟା ୧୦ରେ କାଳୀ ପଡ଼ିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାରେ ଯୋଗଦେବେ। ରାତିରେ ସର୍କିଟ ହାଉସରେ ରାତ୍ରିଯାପନ କରି ୩ ତାରିଖ ସୋମବାର ସକାଳ ୯ଟା ୪୦ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+