ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କାଲି ନୀତି ଆୟୋଗ ବୈଠକରେ ଦେବେ ଯୋଗ
ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ ହେବ। ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମ ଥର ଲାଗି ନୀତି ଆୟୋଗ ବୈଠକରେ ଯୋଗଦେବେ।
ମୁଖ୍ୟମନ୍ତ୍ରୀ ଏହି ବୈଠକରେ ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୂଚନା ମିଳିଛି। ଏଥିସହ ମୁଖ୍ୟମନ୍ତ୍ରୀ ନିଜର ଦିଲ୍ଲୀ ଯାତ୍ରା ଅବସରରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହି ଥିବା ସୂଚନା ମିଳିଛି।
ତେବେ ଏହି ବୈଠକରେ ଇଣ୍ଡିଆ ମେଂଟର ସଦସ୍ୟ ଥିବା କିଛି ଦଳର ମୁଖ୍ୟମନ୍ତ୍ରୀ ଯୋଗ ନଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନୀତି ଆୟୋଗ ବୈଠକରେ ଯୋଗଦେବେ ବୋଲି କୁହାଯାଉଥିଲା, ହେଲେ ସେ ମଧ୍ୟ ଯୋଗ ଦେଇ ନପାରନ୍ତି ବୋଲି ତୃଣମୂଳ କଂଗ୍ରେସ ସଙ୍କେତ ଦେଇଛି।












Click it and Unblock the Notifications