ଆଜି ନିଜ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ମା’ ତାରିଣୀଙ୍କୁ କରିବେ ଦର୍ଶନ, ୩ଟି ସ୍ଥାନରେ  ରୋଡ ସୋ

ଆଜି ନିଜ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବାହ୍ନ ୧୦ଟା ୨୫ରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଘଟଗାଁ ହାଇସ୍କୁଲ ପଡ଼ିଆରେ ପହଁଚିବେ । ସେଠାରୁ ରୋଡ ସୋରେ ଯାଇ ମାଆ ତାରିଣୀଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ କେନ୍ଦୁଝର ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ ସାରି ବଳଦେବ ଜିଉଙ୍କ ଦର୍ଶନ କରିବେ । ସେଠାରୁ ପୁଣି ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟାରେ ରାଇକେଲାରୁ ଝୁମ୍ପୁରା ଦୁର୍ଗାପଡ଼ିଆ ଯାଏ ମଧ୍ୟ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

Mohan Charan Majhi

ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୦ଟା ୨୫ରେ ପହଞ୍ଚିବେ । ସେଠାରୁ ସେ ମା' ତାରିଣୀଙ୍କ ଦର୍ଶନ ପାଇଁ ଏକ ରୋଡ ସୋ' କରି ପୂର୍ବାହ୍ନ ୧୧ଟା ସମୟରେ ଘଟଗାଁ ମନ୍ଦିର ଯିବେ । ସେଠାରେ ଅପରାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମା'ଙ୍କ ଦର୍ଶନ କରିବେ । ସେଠାରୁ ଅସ୍ଥାୟୀ ହେଲିପ୍ୟାଡକୁ ଅପରାହ୍ନ ୧୨ଟା ୪୦ରେ ପ୍ରତ୍ୟାବର୍ତ୍ତନ କରିବା ପରେ ୧୨ଟା ୪୫ ମିନିଟ୍‌ରେ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆରେ ଅପରାହ୍ନ ୧ଟା ୫ ମିନିଟ୍‌ରେ ପହଞ୍ଚିବେ ।

ସେଠାରୁ କାରରେ ସର୍କିଟ ହାଉସ ଆସି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେଠାରୁ କାର ଯୋଗେ ଅପରାହ୍ନ ୩ଟା ୧୦ ମିନିଟ୍‌ରେ ବଳଦେବଜୀଉ ମନ୍ଦିରରେ ପହଞ୍ଚି ଶ୍ରୀଶ୍ରୀ ବଳଦେବଜୀଉଙ୍କୁ ଦର୍ଶନ କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ଏକ ରୋଡ ସୋ'ରେ ବଳଦେବଜୀଉ ମନ୍ଦିର ଆଟୋପୁର, ଚର୍ଚ୍ଚ ଛକ, ଜେଲ ରୋଡ, ଗାନ୍ଧୀ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଲାବଣ୍ୟ ଛକ, ନୂଆ କୋର୍ଟ ଓ ଟେଲିଫୋନ ଏକ୍ସଚେଞ୍ଜ ଦେଇ ଅପରାହ୍ନ ୫ଟା ୧୦ ମିନିଟ୍ ସମୟରେ କେନ୍ଦୁଝର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇ ସେଠାରେ ନାଗରିକ ସମ୍ବଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ । ପରେ କେନ୍ଦୁଝର ସର୍କିଟ ହାଉସଠାରେ ମୁଖ୍ୟମନ୍ତ୍ରୀ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ୨୪ ତାରିଖ ସକାଳେ କେନ୍ଦୁଝର ରିଜର୍ଭ ପୁଲିସ ପଡ଼ିଆରୁ ପୂର୍ବାହ୍ନ ୧୦ଟା ୩୫ ମିନିଟ୍‌ରେ ହେଲିକପ୍ଟର ଯୋଗେ ବାହାରି ନିଜ ଗାଁ ରାଇକଳା ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ପହଞ୍ଚିବେ । ସେଠାରୁ ଏକ ରୋଡ ଶୋ'ରେ ମୁଖ୍ୟମନ୍ତ୍ରୀ ଝୁମ୍ପୁରା ଦୁର୍ଗାପଡ଼ିଆକୁ ଯିବେ । ସେଠାରେ ଉପସ୍ଥିତ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ସଭାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେବେ । ଅପରାହ୍ନ ସାଢ଼େ ୨ଟା ସମୟରେ ଝୁମ୍ପୁରାରୁ ରାଇକଳାସ୍ଥିତ ତାଙ୍କ ବାସଭବନକୁ ଯାଇ ସେଠାରେ ମଧ୍ୟାହ୍ନ ଭୋଜନ କରିବେ । ସେଠାରୁ ଅପରାହ୍ନ ୩ଟାରେ ବାହାରି ରାଇକଳାସ୍ଥିତ ଅସ୍ଥାୟୀ କାର୍ଯ୍ୟାଳୟକୁ ଯିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+