ଆଜି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଦଶମ ଦିବସ ରବିବାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ଏ ନେଇ ସରକାରୀ ଭାବେ କିଛି ସୂଚନା ମିଳି ନ ଥିବାବେଳେ ଧନୁଯାତ୍ରାକୁ ମୁଖ୍ୟମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଧନୁଯାତ୍ରାକୁ ଆସୁଥିବା ସୂଚନା ପାଇ ମଥୁରାବାସୀ ଉଲ୍ଳସିତ ଏବଂ ଉତ୍ସାହିତ ହୋଇ ପଡ଼ିଛନ୍ତି।

ପ୍ରକାଶଥାଉକି, ମୁଖ୍ୟମନ୍ତ୍ରୀ ସୋହେଲା ଗସ୍ତରେ ଆସିଥିବାବେଳେ ଧନୁଯାତ୍ରାକୁ ନିଶ୍ଚୟ ଆସିବେ ବୋଲି କହିଥିଲେ। ସେହିପରି ଧନୁଯାତ୍ରା ମହୋତ୍ସବ ସମିତିର ଏକ ପ୍ରତିନିଧି ଦଳ ଧନୁଯାତ୍ରାକୁ ନିମନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।












Click it and Unblock the Notifications