ଆଜି ରାଜ୍ୟ କ୍ୟାବିନେଟ୍: ୬ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର
ଆଜି ରାଜ୍ୟ କ୍ୟାବିନେଟ୍ । ୬ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର। ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ବୁଧବାର ଅପରାହ୍ନ ୪ଟା ସମୟରେ ଲୋକସେବା ଭବନର ୩ୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି କ୍ୟାବିନେଟ୍ ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।

ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସ୍ତାବ ଉପରେ ମୋହର ବାଜିବ ସେନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ। ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବସିବାକୁ ଥିବା ଏହି କ୍ୟାବିନେଟ୍ରେ କେତେକ ପ୍ରସ୍ତାବ ପାରିତହୋଇ ତାହା ବିଧାନସଭାରେ ଆଗତ ହୋଇପାରେ।












Click it and Unblock the Notifications