ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଉପରେ ଭାରତର ମହାମହିମ ରାଷ୍ଟ୍ରପତି ମଧ୍ୟ କ୍ଷୋଭପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ତଥା ଭାରତୀୟ ସାକ୍ଷ୍ୟ ଅଧିନିୟମ ଅନୁଯାୟୀ ମହିଳା ମାନଙ୍କ ସୁର‍କ୍ଷା ସହିତ ଲିଙ୍ଗଗତ ହିଂସାର ଶିକାର ହେଉଥିବା ମହିଳା ମାନଙ୍କୁ ତୁତନ୍ତ ନ୍ୟାୟ ପ୍ରଦାନ କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା।

Chief Minister mohan charan majhi

ଏହି କ୍ରମରେ ଏଫ.ଆଇ.ଆର ପଞ୍ଜୀକରଣଠୁ ଆରମ୍ଭ କରି ତ୍ବରିତ ତଦନ୍ତ ପ୍ରକ୍ରିୟା ଏବଂ ଦୋଷୀଙ୍କ ବିରୁଦ୍ଧରେ ମୋକଦ୍ଦମା ପରିଚାଳନା ପର୍ଯ୍ୟନ୍ତ ସମସ୍ତ ନ୍ୟାୟିକ ପ୍ରକ୍ରିୟା ଆଇନ ମୁତାବକ ସମ୍ପୂର୍ଣ୍ଣ କରିବା ଏବଂ ଦୋଷୀଙ୍କ ଦଣ୍ଡ ବିଧାନକୁ ସୁନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ପୋଲିସ ଅଧିକାରୀଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସେ କହିଛନ୍ତି।

ମହିଳା ସୁରକ୍ଷା ସମ୍ପର୍କିତ ଏଜେଣ୍ଡାକୁ ନେଇ ଖୁବଶୀଘ୍ର ଏକ ରାଜ୍ୟସ୍ତରୀୟ ପୋଲିସ ସମ୍ମିଳନୀ ଆୟୋଜନ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ମହିଳା ହିଂସା ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ଯଦି କୌଣସି ପୋଲିସ ଅଧିକାରୀ ମହିଳାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅବହେଳା କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାପାଇ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+