କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: କଣ ରହିଛି କାର୍ଯ୍ୟକ୍ରମ ?
ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦିନିଆ ଗସ୍ତରେ ଉଭୟ ସରକାରୀ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଶିକ୍ଷା ରଥ, ଆମ୍ବୁଲାନ୍ସ ଏବଂ ମା' ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡି ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଫୁଟବଲ ଫାଇନାଲ ମ୍ୟାଚରେ ମଧ୍ୟ ଯୋଗ ଦେବେ ।
କଣ ରହିଛି ଆଜିର କାର୍ଯ୍ୟକ୍ରମ ?
ଆଜିଠୁ ଦୁଇ ଦିନିଆ ଗୃହ ଜିଲ୍ଲା କେନ୍ଦୁଝର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳ 9.55 ସମୟରେ ରାଇସୁଆଁରେ ଏୟାରଷ୍ଟ୍ରିପରେ ପହଞ୍ଚିବେ ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିକ୍ଷା ରଥ, ଆମ୍ବୁଲାନ୍ସ ଉଦଘାଚନ କରିବା ସହ ମା' ତାରିଣୀଙ୍କ ନଡିଆ ସଂଗ୍ରହ ଗାଡି ଲୋକାର୍ପିତ କରିବେ । ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେବେ । ଅପରାହ୍ଣରେ ଫୁଟବଲ୍ ମ୍ୟାଚରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ଏହାପରେ ଆସନ୍ତାକାଲି ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିବା ବେଳେ 2.25 ବେଳକୁ ଭୁବନେଶ୍ବର ଫେରିଯିବେ ।

ନଜର ପକାନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସୂଚୀ ଉପରେ...
ସକାଳ 8.55 ବାସଭବନରୁ ବାହାରିବେ
ସକାଳ 9.10ରେ ଭୁବନେଶ୍ବର ବିମାନ ବନ୍ଦରରୁ ରାଇସୁଆଁ ଅଭିମୁଖେ ଉଡାଣ ଭରିବେ
ସକାଳ 9.45ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚିବେ
ସକାଳ 10.10ରେ ସର୍କିଟ ହାଉସରେ ପହଞ୍ଚିବେ
ସକାଳ 10.45ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ
3ଟି ଆମ୍ବୁଲାନ୍ସର ଲୋକାର୍ପଣ, ମା' ତାରିଣୀଙ୍କ ନଡିଆ ସଂଗ୍ରହ ଗାଡି ଲୋକାର୍ପଣ କରିବେ
ସମୟ 11.15ରେ ଗୁରୁତ୍ବପୂର୍ଣ୍ଣ ସରକାରୀ ପ୍ରକଳ୍ପର ସମୀକ୍ଷା କରିବେ
ଦିନ 1.25ରେ ସର୍କିଟ ହାଉସରେ ପହଞ୍ଚି ବିଶ୍ରାମ କରିବେ
ଦିନ 3ଟାରେ କେନ୍ଦୁଝର ଷ୍ଟାଡିୟମରେ ପହଞ୍ଚିବେ
ସେଠାରେ ସାହାଣୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025ର ସମାପନ କାର୍ଯ୍ୟକ୍ରମରେ ଯୋଗ ଦେବେ
ସନ୍ଧ୍ୟା 5.10ରେ ସର୍କିଟ ହାଉସରେ ପହଞ୍ଚିବେ, ରାତ୍ରିଯାପନ କରିବେ
ସେହିପରି ଆସନ୍ତାକାଲି ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବେ
ଦିନ 2.15ରେ ଭୁବନେଶ୍ବର ଫେରିବେ।
ଗତ ମେ'ରେ କେନ୍ଦୁଝର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ:
ଶେଷଥର ପାଇଁ ଗତ ମେ' 5ରେ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅନେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏଥିସହ କେନ୍ଦୁଝର ଜିଲ୍ଲାକୁ 1 ହଜାର 155 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଭେଟି ଦେଇଥିଲେ । ଏହାସହ ବିପ୍ଲବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗ ଦେଇଥିଲେ ।












Click it and Unblock the Notifications