ମା ସମଲେଇଙ୍କ ଦର୍ଶନ ପରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନୂଆଁଖାଇରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ରବିବାର ସମ୍ବଲପୁର ଗସ୍ତ କରିବା ସହିତ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଈଙ୍କ ଦର୍ଶନ କରିଛନ୍ତି। ମା'ଙ୍କୁ ଦର୍ଶନ କରିବା ପରେ ସେ ପଶ୍ଚିମଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଏହି ଅବସରରେ ସେ ସ୍ତ୍ରୀଙ୍କ ସହିତ ନବାନ୍ନ ଖାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ଗୋଟିଏ ସ୍ଥାନରେ ବସି ନୂଆଁ ଖାଇଥିଲେ।

ରବିବାର ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଯାଇଛନ୍ତି। ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସମ୍ବଲପୁରରୁ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରାଯିବା ସହିତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର କାର୍ଯ୍ୟକ୍ରମ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+