ରତନ ଟାଟାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
୮୬ ବର୍ଷ ବୟସରେ ଭାରତର ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ ଟାଟାଙ୍କର ପରଲୋକ। ବାର୍ଦ୍ଧକ୍ଯ ଜନିତ ଅସୁସ୍ଥତା ପାଇଁ କିଛିଦିନ ଧରି ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ୨୮ ଡିସେମ୍ବର ୧୯୩୭ ମସିହାରେ ଜନ୍ମଗ୍ରହଣ କରିଥିବା ରତନ ଟାଟା, ଭାରତରେ ଶିଳ୍ପ ବିପ୍ଳବର ଅଗ୍ରଣୀ ସାରଥୀ ଥିଲେ।
ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦେଶ ଜଣେ ଦୂରଦ୍ରଷ୍ଟାଙ୍କୁ ହରାଇଲା ବୋଲି ସେ କହିଛନ୍ତି।
ରତନ ଟାଟା ସୋମବାର ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚାଲିଥିବା ଗୁଜବଉପରେ ପ୍ରତିକ୍ରିୟା ରଖି କହିଥିଲେ, ଚିନ୍ତାର କୌଣସି କାରଣ ନାହିଁ। ତାଙ୍କର ମନୋବଳରେ ରହିଛି। ଟାଟା ତାଙ୍କ ଡାକ୍ତରୀ ପରୀକ୍ଷା ନିୟମିତ ବୋଲି କହିବା ସହ ଜନସାଧାରଣ ଏବଂ ଗଣମାଧ୍ୟମକୁ ଭୁଲ ତଥ୍ୟ ପ୍ରଚାରରୁ ଦୂରେଇ ରହିବାକୁ କହିଥିଲେ।

ସୂଚନାଯୋଗ୍ୟ, ରତନ ଟାଟା ୧୯୯୧ରେ ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଭାରତୀୟ ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ। ଟାଟା ସନ୍ସରେ ତାଙ୍କର ନେତୃତ୍ୱ ସମୟରେ ସେ ଟେଟଲି, କୋରୁସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି କମ୍ପାନୀକୁ ଅଧିଗ୍ରହଣ କରି ଟାଟା ଗ୍ରୁପକୁ ଏକ ମୁଖ୍ୟ ଘରୋଇ କମ୍ପାନୀରୁ ଏକ ବିଶ୍ୱସ୍ତରୀୟ ପାୱାର ହାଉସରେ ପରିଣତ କରିଥିଲେ ।
ତାଙ୍କ ନେତୃତ୍ୱରେ ଟାଟା ପ୍ରକୃତରେ ୧୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଏକ ବିଶ୍ୱ ବ୍ୟାବସାୟିକ ସାମ୍ରାଜ୍ୟରେ ପରିଣତ ହୋଇଥିଲା । ଡିସେମ୍ବର ୨୦୧୨ରେ ଟାଟା ନିଜ ପଦରୁ ଅବସର ନେଇଥିଲେ ଏବଂ ୨୦୨୨ରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସାଇରସ ମିସ୍ତ୍ରୀ ତାଙ୍କ ସ୍ଥାନ ନେଇଥିଲେ ।












Click it and Unblock the Notifications