୧୨୪୮ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୨୪୮ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏ ନେଇ ରେଳ ଅଡିଟୋରିୟମଠାରେ ନିଯୁକ୍ତି ମେଳା ଆୟାଜନ ହୋଇଥିଲା ।

ମୋଟ ୭ ଟି ବିଭାଗର ୧୨୪୮ ଜଣଙ୍କୁ ନିଯୁକ୍ତିପତ୍ର ପଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବାଭାଗର ୮୨୬ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଇ ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୭୮, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ୮୧, ବାଣିଜ୍ୟ ଓ ପରିବହନ ବିଭାର ୬୩ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟାଯାଇଛି ।

ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ୪୯ ଜଣ, ଅବକାରୀ ବିଭାଗର ୩୨ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ୧୯ ଜଣଙ୍କୁ ଦିଆଯିବକ ନିଯୁକ୍ତି ପତ୍ର ଦିଆଯାଇଛି ।

Chief Minister Mohan Charan Majhi

ମୋହନ ଚରଣ ମାଝୀ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ନୂଆ ସରକାର ଆସୁ ଆସୁ ପ୍ରାୟ ୧୬ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏହାପରେ ଆହୁରି୨ ହଜାର ନିଯୁକ୍ତି ପତ୍ର ଦିଆଯାଇଛି।

ଆମ ସରକାର ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଚେଷ୍ଟା କରୁଛି। ଖୁବଶୀଘ୍ର ଏହା ପୂରଣ ହେବ। ଏହା ସହ ଯାହା ଅସୁବିଧା ଅଛି ତାକୁ ତର୍ଜମା କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ପୂର୍ବରୁ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+