ମହାକୁମ୍ଭ ମେଳାରେ ବିଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ମହାସ୍ନାନ ର ଶେଷ ସପ୍ତାହ। ଆଉ ଦୁଇ ତିନି ଦିନ ପରେ ପୁରା ଖାଁ ଖାଁ ହେବାକୁ ଯାଉଛି ସଙ୍ଗମ ସ୍ଥଳ। ୨୬ ତାରିଖରେ ମହାକୁମ୍ଭ ସରିବାକୁ ଯାଉଛି। ଏଥିଲାଗି ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରିବେଣୀ ସଙ୍ଗମରେ ବୁଡ ପକାଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ପ୍ରୟାଗରାଜରେ ରହିବାର କାର୍ଯ୍ୟକ୍ରମ ଥିବାବେଳେ ଆସନ୍ତାକାଲି(ସୋମବାର) ଅଯୋଧ୍ୟା ରାମ ମନ୍ଦିର ଯାଇ ରାମଲାଲାଙ୍କୁ ଦର୍ଶନ କରିବେ। ପରେ ବାରଣାସୀ ଯିବେ। ଏବଂ ସେଠାରେ ରାତ୍ରିଯାପନ କରିବା ପରେ ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ଵରରେ ପହଞ୍ଚିବା ନେଇ ସୂଚନା ରହିଛି।












Click it and Unblock the Notifications