ଛାତ୍ରଛାତ୍ରୀଙ୍କ ପାଇଁ ଶିଶୁ ଦିବସରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ , ଏଣିକି ପିଲାମାନେ ଦେବେନି.....

ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି। ୫-ଟି ସ୍କୁଲ୍‌ର ଦୂରାବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୪ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,ଓଡ଼ିଶାର ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ପୂର୍ବ ସରକାର ଷଡ଼ଯନ୍ତ୍ର କରିଥିଲେ। ଗୁଣାତ୍ମକ ଶିକ୍ଷା ଆଜି ବି ଆମ ପାଇଁ ଆହ୍ଵାନ ହୋଇ ଛିଡା ହୋଇଛି।

ଯୁବପିଢିଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ଓ ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କୁ ଥଇଥାନ କରିବା ତଥା ଦେଶ ଗଠନରେ ତାଙ୍କୁ ନିୟୋଜିତ କରିବା ହେଉଛି ଆମ ପାଇଁ ବଡ଼ ଆହ୍ଵାନ। ୨୦୨୦ରେ ଏନଇପି ଅଣାଗଲା। ହେଲେ ରାଜନୈତିକ ଅଭିସନ୍ଧି ଯୋଗୁଁ ଏହାକୁ ରାଜ୍ୟରେ ଲାଗୁ କରାଯାଇ ନ ଥିଲା। ଚଳିତ ବର୍ଷଠାରୁ ଏହା ଲାଗୁ ହେବ ଓ ଶିକ୍ଷା କ୍ଷେତ୍ରରେ ଏହା ବୈପ୍ଲବିକ ପରିବର୍ତ୍ତନ ଆଣିବ।

mohan majhi

ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହରେ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ମାସିକ ୨ହଜାର ଟଙ୍କା ଖର୍ଚ୍ଚକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ପିଲାମାନେ ଆଦର୍ଶ ସ୍କୁଲ ହଷ୍ଟେଲରେ ମାଗଣାରେ ରହିବେ। ରାଜ୍ୟ ସରକାର ସେମାନଙ୍କ ହଷ୍ଟେଲ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟର ୩୧୪ ବ୍ଲକରେ ଥିବା ଓଡ଼ିଶା ଆଦର୍ଶ ସ୍କୁଲ ମଧ୍ୟରୁ ୧୭୩ଟି ଆଦର୍ଶ ସ୍କୁଲରେ କସ୍ତୁରବା ବାଳିକା ବିଦ୍ୟାଳୟ ଅଧୀନରେ ବାଳିକା ହଷ୍ଟେଲ ନିମନ୍ତେ କେନ୍ଦ୍ର ସରକାର ଅନୁମୋଦନ ଦେଇସାରିଛନ୍ତି । ସେଠାରେ ଛାତ୍ରୀଙ୍କ ନିମନ୍ତେ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା ରହିଛି ।

ବାକି ୧୪୧ଟି ବାଳିକା ହଷ୍ଟେଲ ଓ ୩୧୪ଟି ବାଳକ ହଷ୍ଟେଲରେ ଏହି ମାଗଣା ବ୍ୟବସ୍ଥା କାର୍ଯ୍ୟକ୍ଷମ ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଉଛି । ଓଡ଼ିଶା ଆଦର୍ଶ ସ୍କୁଲର ମୋଟ ୪୫୫ଟି ହଷ୍ଟେଲରେ ଅନ୍ତେବାସୀଙ୍କଠୁ ନିଆଯାଉଥିବା ମାସିକ ୨ହଜାର ଟଙ୍କା ଲେଖାଏ ଖାଇବା ଖର୍ଚ୍ଚକୁ ଏଣିକି ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+