ରାଜ୍ୟ କାର୍ଯ୍ୟାଳୟରେ ବିଜେପିର ସଦସ୍ୟତା ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବିଜେପିର ସଦସ୍ୟତା ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତାଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସଦସ୍ୟତା ଗ୍ରହଣ କରିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ତାଙ୍କ ସହ ଉପମୁଖ୍ୟାମନ୍ତ୍ରୀ କେଭି ସିଂଦେଓ, ପ୍ରଭାରି ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସହ ବିଧାୟକ ଏବଂ ସାଂସଦ ମାନେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିଛନ୍ତି। ଘର ଘରକୁ ଯାଇ ବିଜେପିକୁ ଭୋଟ ଦେଇଥିବା ଲୋକଙ୍କୁ ଖୋଜି ଦଳ ସହ ଯୋଡିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

mohancharanmajhi

ସେହିପରି ଏହି କ୍ରଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାଙ୍କୁ ଟାସ୍କ ଦେଇଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର। ରେଲେୱେ ଷ୍ଟେସନ, ବସ ଷ୍ଟାଣ୍ଡ, କଲେଜ ବାହାରେ ସଦସ୍ୟତା ଅଭିଯାନ କରିବା ସହ ପ୍ରତି ବୁଥରେ ୪୦୦ ସଦସ୍ୟ ଟାର୍ଗେଟକୁ ହାସଲ କରିବାକୁ ହେବ। ରାଜ୍ୟ ସରକାରରେ ଏକ ବର୍ଷର ଉପଲବ୍ଧି ୧୦୦ ଦିନ ପୂର୍ବରୁ ହୋଇଛି। ଏହି ସବୁ କଥା ଲୋକଙ୍କ ପାଖରେ ପହଞ୍ଚାଅ।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଏକ କୋଟି ଲୋକଙ୍କୁ ଯୋଡିବାକୁ ହେବ। ଆମ ସରକାର ଯାହା କରିଛନ୍ତି ତାକୁ ନେଇ ଲୋକଙ୍କ ପାଖକୁ ଯାଆନ୍ତୁ। କେନ୍ଦ୍ର ସରକାରଙ୍କ ଉପଲବ୍ଧି ଵି ପହଞ୍ଚାଅ। କେନ୍ଦ୍ରର ବିକାଶ ଗାଡିରେ ଓଡିଶା ଏକ ନମ୍ବର ଇଂଜିନ ହେବ। ପୂର୍ବୋଦୟ ବିକାଶ ଓଡିଶାରୁ ଆରମ୍ଭ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+