ସୁଭଦ୍ରା ଯୋଜନାକୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ; କହିଲେଦେ ବଡ କଥା
୨୫ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇସାରିଛନ୍ତି। ସେମାନଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ଯାଇଛି। କିଛି ଦିନ ଭିତରେ ସୁଭଦ୍ରା ଯୋଜନାରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି ସହାୟତା ରାଶି। ଏହିପରି ପର୍ଯ୍ୟାୟକ୍ରମେ ମୋଟ କୋଟିଏ ମହିଳାଙ୍କୁ ଦିଆଯିବ ସୁଭଦ୍ରା ସହାୟତା। ଆଜି ଭୁବନେଶ୍ୱରରେ ବିଜେପିର ଏକ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

'ସୁଭଦ୍ରା' ପ୍ରସଙ୍ଗରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି,ଏହି ଯୋଜନାରେ ଏଯାଏଁ ୯୨ ଲକ୍ଷ ମହିଳା ଆବେଦନ କରିସାରିଲେଣି। ଆଉ ସପ୍ତାହେ ଭିତରେ ଏକ କୋଟି ଆବେଦନ ଆସିଯିବ। ୧ କୋଟି ମହିଳାଙ୍କୁ ନିଶ୍ଚିତ ଟଙ୍କା ମିଳିବ। କିଏ ଆଗ ଓ କିଏ ପରେ ପାଉଛି। କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ। ସମସ୍ତଙ୍କୁ ଟିକେ ଧୈର୍ଯ୍ୟ ରଖିବାକୁ ହେବ। E-KYC ପାଇଁ ଟିକେ ସମୟ ଲାଗୁଛି। ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ଦେଇ ସାରିଛୁ। ଆସନ୍ତା ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ। କିନ୍ତୁ ଦ୍ୱିତୀୟ କିସ୍ତି ଟଙ୍କା ଏକକାଳୀନ ସମସ୍ତ ୧ କୋଟି ହିତାଧିକାରୀଙ୍କୁ ଦିଆଯିବ। ଆସନ୍ତା ମାର୍ଚ୍ଚ ୮ରେ ମହିଳା ଦିବସରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ରାଜ୍ୟରେ ସୁଭଦ୍ର ଯୋଜନାର ଶୁଭାରମ୍ଭ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସରକାର ପ୍ରତି ବର୍ଷ ୨ଟି କିସ୍ତିରେ ୧ କୋଟି ଯୋଗ୍ୟ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ। ଏହି ପରି ୫ ବର୍ଷରେ ସେମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବେ।












Click it and Unblock the Notifications