ଖଡ଼ି ଛୁଆଁଇଲେ ଶିଶୁ ବାଟିକାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବରରେ ଶିଶୁ ବାଟିକାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିଶୁ ବାଟିକାର ଶୁଭାରମ୍ଭ । ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି । କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ବର୍ତ୍ତମାନ ପାରମ୍ପରିକ ରୀତିନୀତିରେ ପିଲା ମାନଙ୍କର ବିଦ୍ୟାଳୟ ପ୍ରବେଶ ଉତ୍ସବ ହେବ। ପ୍ରସ୍ତୁତି ଅନୁଯାୟୀ ଆଜି ସ୍କୁଲରେ କୁନି କୁନି ପିଲାଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା। ଖଡି ଛୁଆଁ ଦିବସ ପାଇଁ ୪ ଦିନିଆ ସ୍ଵତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଯେଉଁଥିରେ ପ୍ରଥମ ଦିନ ନାମଲେଖା ହେବ। ପିଲାଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍କୁଲକୁ ସ୍ଵାଗତ କରାଯିବ। ମୁଖ୍ୟମନ୍ତ୍ରୀ ଦ୍ଵାରା ଦିଆଯାଇଥିବା ବାର୍ତ୍ତାକୁ ପଢାଯିବ। ଏଥିସହ ପିଲାଙ୍କୁ କିଟ୍ ବଣ୍ଟାଯିବ। ପିଲାମାନେ ସ୍କୁଲ ଶ୍ରେଣୀ ଗୃହ ପରିଦର୍ଶନ କରିବା ସହ ସାକ୍ଷରତା ଷ୍ଟେସନ , ସଂଖ୍ୟା ଜ୍ଞାନ ଷ୍ଟେସନ , କ୍ରିଏଟିଭ୍ ଷ୍ଟେସନ୍ ଆଦି ପରିଦର୍ଶନ କରିବେ । ଦ୍ଵିତୀୟ ଦିନ ନୂଆ ପିଲାଙ୍କୁ ନେଇ ପୁରୁଣା ପିଲାଙ୍କ ସହ ଏକ ଗ୍ରୁପ୍ କରାଯିବ। ଯାହାକୁ କୁନି ସଙ୍ଗାତ କୁହାଯିବ। ଶେଷ ଦିନ ଶପଥ ପାଠ କରାଯିବ। ଅଭିଭାବକଙ୍କୁ ନେଇ ଏକ ହ୍ବାଟ୍ସ ଆପ୍ ଗ୍ରୁପ୍ ହେବ ବୋଲି ସୂଚନା ମିଳିଛି।












Click it and Unblock the Notifications