ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ, ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା
ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା । ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ରାଷ୍ଟ୍ରଦୂତଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ଚାଲିଛି । ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଅଛନ୍ତି । ହାଇକମିଶନର, ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ଏହି ବୈଠକରେ ସାମିଲ ଅଛନ୍ତି । ଓଡ଼ିଶାରେ ପୁଞ୍ଜି ବିନିଯୋଗ ସୁଯୋଗ ନେଇ ଆଲୋଚନା ଚାଲିଛି ।
ଉତ୍କର୍ଷ ଓ କନ୍କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଛନ୍ତି । ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା ଚାଲିଛି। ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଅଛନ୍ତି । ହାଇକମିଶନର, ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ଏହି ବୈଠକରେ ସାମିଲ ଅଛନ୍ତି । ଓଡ଼ିଶାରେ ପୁଞ୍ଜି ବିନିଯୋଗ ସୁଯୋଗ ନେଇ ମୁଖ୍ୟମନ୍ତ୍ରୀ ଏହି ଆଲୋଚନା କରିଛନ୍ତି ।

ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓ କନ୍କ୍ଲେଭ ହେବାକୁ ଥିବା ବେଳେ କନକ୍ଲେଭ୍କୁ ଆସିବା ଲାଗି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି । ତେବେ ଆଜି ମଧ୍ୟାହ୍ନଭୋଜନ ପରେ ଦ୍ବିତୀୟ ସେଗ୍ମେଣ୍ଟରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହାପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ' କାର୍ଯ୍ୟକ୍ରମ ରହିଛି ।
ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ହେବାକୁ ଥିବା ବେଳେ କନକ୍ଲେଭକୁ ଆସିବା ଲାଗି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି । ଗତକାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଆଜି ମଧ୍ୟାହ୍ନ ଭୋଜନ ପରେ ଦ୍ବିତୀୟ ସେଗମେଣ୍ଟରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହାପରେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍ ଶୋ' କାର୍ଯ୍ୟକ୍ରମ ରହିଛି । ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ପ୍ରଥମ ରୋଡ୍ ଶୋ' ହେବାକୁ ଯାଉଛି ।












Click it and Unblock the Notifications