ଆକ୍ସନ ମୁଡ଼ରେ ମୁଖ୍ୟମନ୍ତ୍ରୀ ; ନେପାଳର କାଉନସେଲରଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ
କିଟ୍ ବିଶ୍ବବିଦ୍ୟାଳୟରେ ଗତ ରବିବାର ଦିନ ଇଞ୍ଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍ସା (୧୯)ଙ୍କ ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ନେପାଳ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛନ୍ତି । ଶ୍ରୀ ମାଝୀ ଆଜି ଦିଲ୍ଲୀରେ ନେପାଳ ବୈଦେଶିକ ବ୍ୟାପାର ବିଭାଗର କାଉନ୍ସିଲର ସଂଜୀବ ଦାସ ଶର୍ମାଙ୍କ ସହିତ କଥା ହେବା ସହିତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିଟ୍ ବିଶ୍ବବିଦ୍ୟାଳୟରେ ସ୍ଥିତି ସ୍ବାଭାବିକ ଅବସ୍ଥା ଫେରାଇ ଆଣିବାକୁ ଶ୍ରୀ ମାଝୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ଶ୍ରୀ ମାଝୀ ନେପାଳୀ ଛାତ୍ରଛାତ୍ରୀମାନଙ୍କୁ କିଟ୍ ଫେରି ଆସିବା ପାଇଁ ଅପିଲ କରିଛନ୍ତି ।

ଏନେଇ ରାଜ୍ୟ ଅତିଥି ଭବନରେ ନେପାଳର ଅଧିକାରୀଙ୍କ ଉପସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ୍, ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନେଜା ଆହୁଜା ଉପସ୍ଥିତ ଥିଲେ। ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଆରଜୁ ରାଣା ଦେଉବା ମଧ୍ୟ ଶ୍ରୀ ସୂରଜଙ୍କ ସହିତ ମୋବାଇଲ୍ ଫୋନ୍ରେ କଥା ହୋଇଥିଲେ।












Click it and Unblock the Notifications