କୋଭିଡ଼ ମୁକାବିଲା ପାଇଁ ବଲାଙ୍ଗିରକୁ ଦୁଇ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

କୋଭିଡ଼ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 2 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଭୁବନେଶ୍ବର: କୋଭିଡ଼ ଦ୍ଵିତୀୟ ଲହରୀର ମୁକାବିଲା ପାଇଁ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 2 କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ କୋଭିଡ଼ର ପ୍ରଥମ ଲହରରେ ଗତ ବର୍ଷ ବିଭିନ୍ନ ପର୍ଯାୟରେ ବଲାଙ୍ଗିର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ 12 କୋଟି ଟଙ୍କା ମଞ୍ଜୁର କରିଥିଲେ ।

Naveen Patnaik

ବଲାଙ୍ଗିର ଜିଲ୍ଲାରେ ଏଯାବତ୍ ୧୬ ହଜାର ୯୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୪ ହଜାର ୩୧୬ ଜଣ ଆକ୍ରାନ୍ତ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ଜିଲ୍ଲାରେ ୨୫୭୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । କରୋନାରେ ଜିଲ୍ଲାରେ ୫୪ ଜଣଙ୍କ ମୃତ୍ୟୁ ହୋଇଛି ।

ବଲାଙ୍ଗିର ଜିଲ୍ଲାରେ ୨ଟି କୋଭିଡ୍ ହସ୍ପିଟାଲ୍ ସହ ୪ଟି କୋଭିଡ୍ କେୟାର ସେଣ୍ଟର ରହିଛି । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜର କୋଭିଡ୍ ୱାର୍ଡରେ ୪୦ଟି ବେଡ୍ ସହ ୫୦ଟି ଆଇସିୟୁ ବେଡ୍ ରହିଛି । ସେହିଭଳି କିସ୍ କ୍ୟାମ୍ପସରେ ୮୦ଟି ବେଡ୍ ସହ ୨୦ଟି ଆଇସିୟୁ ବେଡ୍ ରହିଛି । ତା'ଛଡ଼ା ଟିଟିଲାଗଡ଼ ସିସିସିରେ ୧୩୦ଟି ବେଡ୍ ଥିବାବେଳେ କଣ୍ଟାବାଞ୍ଜି ଓ ବଲାଙ୍ଗିର ସରକାରୀ ପଲିଟେକନିକରେ ୧୫୦ଟି ଲେଖାଏଁ ଶଯ୍ୟା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+