୫ ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କରୋନାର ଦ୍ବିତୀୟ ଲହରୀ । ଦୈନିକ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିବାର ନାଁ ନେଉଁନି । ତେଣୁ ରାଜ୍ୟରେ କରୋନା ସ୍ଥିତିକୁ ଅନୁଧ୍ୟାନ କରି ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଜିଟିଭ ବାହାରୁଥିବା ଖୋର୍ଦ୍ଧା, ଅନୁଗୁଳ, କଟକ, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ବେଡ ଠାରୁ ଆରମ୍ଭ କରି ଆଇସିୟୁ ସଂଖ୍ୟା ବୃଦ୍ଧି କରାଯିବ। ଅନଗୁଳରେ ୧୨୦ ବେଡ୍, କଟକରେ ୧୭୭ ବେଡ୍, ଖୋର୍ଦ୍ଧାରେ ୩୪୦, ସୁନ୍ଦରଗଡରୁ ୧୫୦ ଓ ଢେଙ୍କାନାଳରେ ୧୦୦ଟି ଶଯ୍ୟା ବଢଯାଇଛି। ଏଥିସହ କୋଭିଡ ମେଡିକାଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଅଗ୍ନି ସୁରକ୍ଷାକର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଥାଉ କି, ଆଜି ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭ ହଜାର ୭୨୯ ପଜିଟିଭ। କ୍ୱାରେଣ୍ଟାଇନରୁ ୪ ହଜାର ୩୩୧ ଆକ୍ରାନ୍ତ ଥିବା ବେଳେ, ଲୋକାଲ କେସ ରହିଛି ୩ ହଜାର ୩୯୮। ତେବେ ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲା କଥା ଯଦି ନଜର ପକାଇବା, ତେବେ କଟକରୁ ୭୨୦, ଅନୁଗୁଳରୁ ୪୪୯, ମୟୂରଭଞ୍ଜରୁ ୪୪୨, ବାଲେଶ୍ୱରରୁ ୪୨୬, ଯାଜପୁରରୁ ୩୮୮, ପୁରୀରୁ ୩୩୩, ରାୟଗଡ଼ାରୁ ୩୧୦, ଭଦ୍ରକରୁ ୨୮୭, ସୁନ୍ଦରଗଡ଼ରୁ ୨୭୦, ଜଗତସିଂହପୁରରୁ ୨୫୫, ଢେଙ୍କାନାଳରୁ ୨୫୨, କେନ୍ଦ୍ରାପଡ଼ାରୁ ୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।












Click it and Unblock the Notifications