ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ରାଜ୍ୟର ଭାଇ-ଭଉଣୀମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି। ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ ବୋଲି କହିଛନ୍ତି।

cm

ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜ୍ଞାନର ଆଲୋକ ମଣିଷକୁ ଅଜ୍ଞାନର ଅନ୍ଧକାରରୁ ଉଦ୍ଧାର କରିଥାଏ। ନୂଆ ଆଶା, ନୂଆ ସ୍ବପ୍ନ ଓ ନୂଆ ଲକ୍ଷ୍ୟ ସହିତ ସୁନ୍ଦର ଓ ସମୃଦ୍ଧ ଭବିଷ୍ୟତକୁ ସ୍ବାଗତ କରିବା ପାଇଁ ଦୀପାବଳି ଉତ୍ସବ ଆମକୁ ପ୍ରେରଣା ଦେଇଥାଏ। ଅସତ୍ୟ ଓ ଅନ୍ୟାୟର ଅନ୍ଧାରକୁ ଭେଦି ସତ୍ୟ ଓ ନ୍ୟାୟର ଆଲୁଅ ଜୀବନରେ ପରିପ୍ରକାଶ କରିଥାଏ। ଏହା ଆଶା, ବିଶ୍ବାସ ଓ ଦୃଢ଼ ପ୍ରତିବଦ୍ଧତାର ପର୍ବ। ପ୍ରକୃତି ଓ ପରିବେଶକୁ ସମ୍ମାନ ଜଣାଇ ଚଳିତ ବର୍ଷ ଏକ ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରିବା। ଅହଂକାର ଓ ଦାନବୀୟ ପ୍ରକୃତିର ଅମାଅନ୍ଧକାର ଭିତରୁ ଦୟା, କ୍ଷମା, ପ୍ରେମ ଓ ମାନବିକତାକୁ ଆଲୁଅ ଦେଖାଇବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+