ପ୍ରଭାସିନୀ,ଦେବୀଙ୍କୁ ଚାକିରି ସହ ୧୦ଲକ୍ଷ ଲେଖାଏ ଦେଲେ ମୁଖ୍ୟମନ୍ତ୍ରୀ

କଟକରେ କର୍ତ୍ତବ୍ୟରତ ଥିବା ସମୟରେ ଗତ ୨୨ ତାରିଖ ଦିନ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ଜଗବନ୍ଧୁ ମାହାଲି (ହୋମଗାର୍ଡ) ଙ୍କ ପତ୍ନୀ ପ୍ରଭାସିନୀ ବେହେରା ଏବଂ ଲୋକନାଥ ଶବର (ଓ.ଏ.ପି.ଏଫ୍ ଯବାନ) ଙ୍କ ପତ୍ନୀ ଦେବୀ ଶବରଙ୍କୁ ମିଳିଲା ସହାୟତା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଭୟଙ୍କୁ ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ପତ୍ର ଓ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।

ଏହି ସହାୟତା ପ୍ରଦାନ ସମୟରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲମନ୍ଦ ପଚାରି ବୁଝିବା ସହ ସରକାର ସେମାନଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି। କଠିନ ସମୟରେ ସେମାନଙ୍କ ପ୍ରତି ସହୃଦୟତା ଦେଖାଇଥିବାରୁ ଉଭୟ ପ୍ରଭାସିନୀ ଏବଂ ଦେବୀ ଅଶ୍ରୁଳ ନୟନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।

Chief Minister gives jobs and Rs 10 lakh to Prabhasini Devi

କଟକରେ କାର୍ଯ୍ୟରତ ୨ ପୋଲିସ କର୍ମଚାରୀ ଜଗବନ୍ଧୁ ମାହାଲି ଏବଂ ଲୋକନାଥ ଶବର ଗତ ୨୨ ତାରିଖରେ ପିସିଆର୍‌ ଭ୍ୟାନ୍‌ରେ ଯିବା ସମୟରେ ଦୁର୍ଘଟଣା ଘଟି ପ୍ରାଣ ହରାଇଥିଲେ। ଡ୍ୟୁଟିରେ ଥିବା ସମୟରେ ଉଭୟଙ୍କ ମୃତ୍ୟୁ ଘଟିଥିବାରୁ ସେମାନଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇଛନ୍ତି। ଜଗବନ୍ଧୁଙ୍କ ସ୍ତ୍ରୀ ପ୍ରଭାସିନୀ ବେହେରା ଓ ଲୋକନାଥଙ୍କ ସ୍ତ୍ରୀ ଦେବୀ ଶବରଙ୍କୁ ମୁଖ୍ୟମନ୍ତ୍ରୀ ବୁଧବାର ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି।

ସେମାନଙ୍କ ଦୁଃଖ ସମୟରେ ସେମାନଙ୍କୁ ସହାୟତାର ହାତ ବଢ଼ାଇ ମୁଖ୍ୟମନ୍ତ୍ରୀ ନିଜର ସହୃଦୟତାର ପରିଚୟ ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଉଭୟେ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ହୋମ୍‌ଗାର୍ଡ ପଦବୀ ପାଇଁ ନିଯୁକ୍ତିପତ୍ର ସହ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଭଲମନ୍ଦ ପଚାରିବା ସହ ଅଧର୍ଯ୍ୟ ନ ହେବାକୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାର ସେମାନଙ୍କ ସହ ଅଛନ୍ତି। ସେମାନଙ୍କର ଆଗାମୀ ଜୀବନ ଓ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସର୍ବକୁଶଳ କାମନା କରିଥିଲେ। ସରକାରଙ୍କ ସହୃଦୟତା ପାଇଁ ସେମାନେ ଅଶ୍ରୁଳ ନୟନରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ପ୍ରଭାସିନୀଙ୍କ ସ୍ବାମୀ ଜଗବନ୍ଧୁ ମାହାଲି ହୋମ୍‌ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଦେବୀଙ୍କ ସ୍ବାମୀ ଲୋକନାଥ ଶବର ଓଏପିଏଫ୍‌ ଯବାନ ଭାବେ କାର୍ଯ୍ୟ କରୁଥିଲେ। ଉଭୟେ କଟକରେ କର୍ତ୍ତବ୍ୟରତ ଥିବା ସମୟରେ ପିସିଆର୍‌ ଭ୍ୟାନ୍‌ରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ହୋମ୍‌ଗାର୍ଡ ଓ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+