ବଡ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ; ରାଜ୍ୟରେ ନୂଆ ୨,୫୦୦ ଗୃହରକ୍ଷୀ ପଦବୀ ଘୋଷଣା

ଖୁସି ଖବର। ରାଜ୍ୟରେ ଆଉ ନୂଆ ୨,୫୦୦ ଗୃହରକ୍ଷୀ ପଦବୀକୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ । ରାଜ୍ୟରେ ସୃଷ୍ଟି ହୋଇଛି ୨,୫୦୦ ନୂଆ ଗୃହରକ୍ଷୀ ପଦବୀ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି। ୨,୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦,୧୭୫କୁ ବୃଦ୍ଧି ପାଇଛି।

mohan majhi

ସୂଚନାଯୋଗ୍ୟ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୁଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ। ରାଜ୍ୟ ପୁଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+