ଯୁବବର୍ଗଙ୍କୁ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ: ସରକାରୀ ଚାକିରି ବୟସସୀମା ୪୨ ହେଲା

ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ଥିଲା, ଏବେ ଏହାକୁ ୪୨ କରାଯାଇଛି। ଏ ସଂକ୍ରାନ୍ତ ପ୍ରସ୍ତାବରେ ଆଜି କ୍ୟାବିନେଟ୍‌ ମୋହର ବାଜିଛି। ତେବେ ପୁଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା‌ ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ।

କେବଳ ସେତିକି ନୁହେଁ, ଏସ୍‌ସି, ଏସ୍‌ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବ ସମେତ ମୋଟ ୫ଟି ପ୍ରସ୍ତାବ ପାରିତ ହୋଇଥିଲା। ଆଜି ନୂଆ ଢାଞ୍ଚାରେ କ୍ୟାବିନେଟ୍‌ ବୈଠକ ହୋଇଥିଲା। କେବଳ ମୁଖ୍ୟ ଶାସନ ସଚିବଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବିଭାଗର ସଚିବଙ୍କୁ ବୈଠକରେ ବସିବାକୁ ଅନୁମତି ନଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କ୍ୟାବିନେଟ୍ ବୈଠକରେ ଓଡ଼ିଶା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ନୀତି-୨୦୨୫କୁ ମଞ୍ଜୁରି ମିଳିଛି। ଏହା ଅଧୀନରେ ରାଜ୍ୟ ସରକାର ଓଡ଼ିଶା ଏଆଇ ମିସନ୍‌ ଗଠନ କରିବେ; ଯାହା ବିଭିନ୍ନ ବିଭାଗରେ ଏଆଇକୁ ପ୍ରୟୋଗ କରିବାର ଶୀର୍ଷ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ। ଏହା ଉଚ୍ଚସ୍ତରୀୟ ଏଆଇ ଟାସ୍କଫୋର୍ସ ଓ ଏଆଇ ସେଲ୍‌ ଭଳି ଦ୍ବି-ସ୍ତରୀୟ ବ୍ୟବସ୍ଥା ଦ୍ବାରା ପରିଚାଳିତ ହେବ। ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍‌)ରେ ଏଆଇ ସେଲ୍‌ ରହିବ। ଏହା ଏଆଇର ଗ୍ରହଣୀୟତା, ପାଇଲଟ୍‌ ପ୍ରକଳ୍ପ ଓ ବ୍ୟାବହାରିକ ମାମଲାଗୁଡ଼ିକୁ ତ୍ବରାନ୍ବିତ କରିବା ଉପରେ କାମ କରିବ। ସ୍ବାସ୍ଥ୍ୟସେବା, କୃଷି, ଶିକ୍ଷା, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା ଓ ପ୍ରଶାସନ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଭଳି ଏଆଇ ବ୍ୟବହାର ହୋଇପାରିବ, ସେହି ସୁଯୋଗ ଓ ସମ୍ଭାବନାଗୁଡ଼ିକୁ ଚିହ୍ନଟ କରାଯିବ। ଏଆଇ ସହଯୋଗରେ ରୋଗର ପୂର୍ବାନୁମାନ ଓ ସ୍କ୍ରିନିଂ, ସ୍ମାର୍ଟ ଜଳସେଚନ, ଫସଲ ନିଦାନ, ଶିକ୍ଷାରେ ବହୁଭାଷୀ ଏଆଇ ଟୁଲ୍‌, ପ୍ରତିଷେଧମୂଳକ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ଓ ବୁଦ୍ଧିମାନ ନାଗରିକ ସମ୍ପୃକ୍ତି ପ୍ଲାଟ୍‌ଫର୍ମ ଆଦି ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଏଆଇର ନୈତିକ ଓ ଦାୟିତ୍ବବାନ ବ୍ୟବହାର ଉପରେ ନୀତିରେ ଗୁରୁତ୍ବ ଦିଆଯାଇଛି। ଏହା ଓଡ଼ିଶାକୁ ଏଆଇ ନବସୃଜନ, ଏଆଇ ଷ୍ଟାର୍ଟଅପ୍ ଓ ରପ୍ତାନିଭିତ୍ତିକ ଏଆଇ ସମାଧାନ ହବ୍‌ରେ ପରିଣତ କରିବ ବୋଲି କୁହାଯାଇଛି।

Chief Minister gives a big gift to the youth
ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତ) ନିୟମାବଳୀ-୨୦୨୫ କ୍ୟାବିନେଟ୍‌ରେ ପାରିତ ହୋଇଛି। ଏବେ ୧୯୭ ଜଣ ଚକ୍ଷୁ ଚିକିତ୍ସା ସହାୟକ ରାଜ୍ୟର ବିଭିନ୍ନ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ରାଜ୍ୟ ସରକାର ଗତ ବର୍ଷ ମାର୍ଚ୍ଚ ମାସରେ ଚକ୍ଷୁ ଚିକିତ୍ସା ସେବା ଅଧୀନରେ ମୂଳ ପଦବିରେ ୩୩୮ଟି ସମେତ ମୋଟ୍‌ ୫୩୮ଟି ପଦବି ସୃଷ୍ଟି କରିଥିଲେ। ଏଥି ସହ ମୂଳ ପଦବିରେ ୧୪୧ଟି ନୂଆ ପଦବି ସୃଷ୍ଟି ହେବ। ପଦୋନ୍ନତି ଭିତ୍ତିରେ ବିଭିନ୍ନ ପଦବି ପୂରଣ ପାଇଁ ମୋଟ୍‌ ୨୦୦ଟି ପଦବି ସୃଷ୍ଟି କରାଯାଇଛି। ଏହା ଦ୍ବାରା ମୂଳ ପଦବି‌ରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+