ଗଞ୍ଜାମକୁ ବଡ ଉପହାର ଦେଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ୧୫ ହଜାର ନିଯୁକ୍ତି
ଗଞ୍ଜାମ ଜିଲାରେ ୨୮, ୦୮୪ କୋଟି ଟଙ୍କାର ପୁଞ୍ଜି ନିବେଶରେ ହେବାକୁ ଥିବା ୧୨ଟି ଶିଳ୍ପ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ୧୫, ୪୫୫ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ମୁଖ୍ୟମନ୍ତ୍ରୀ ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସି ଛତ୍ରପୁରସ୍ଥିତ ଖେଳ ପଡ଼ିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାକୁ ସେ ଉପରୋକ୍ତ ଭେଟି ଦେଇଛନ୍ତି ତରଙ୍ଗିଣୀ

ଡିଷ୍ଟିଲାରିସ ପ୍ରାଇଭେଟ୍ ଲିମିଟେଡ୍, ସାତ୍ତ୍ୱିକ୍ ସୋଲାର ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ଼ ଓ୍ବାଲର୍ସ ଗ୍ରୀନ ଏନର୍ଜି ପ୍ରାଇଭେଟ ଲିମିଟେଡ୍, ପେଟ୍ରୋନେଟ ଏଲଏନଜି ଲିମିଟେଡ୍ ଓଡ଼ିଶା ମୋନୋଲିଥୁକ ୟୁପିଏଲ୍ ଲିମିଟେଡ୍, ଓସିଓର୍ ଏନର୍ଜି ପ୍ରାଇଭେଟ ଲିମିଟେଡ୍, ଏଚ୍ଏଚ୍ପି. ଫାଇଭ ପ୍ରାଇଭେଟ ଲିମିଟେଡ୍ ଜିଓ ଇମ୍ପେକ୍ସ ଆଣ୍ଡ ଲଜିଷ୍ଟିକ୍ସ ପ୍ରାଇଭେଟ ଲିମିଟେଡ, କ୍ରୋଚେଟ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ ଲିମିଟେଡ୍, ଜେ.ଏସ୍.ଆର୍ ଗ୍ରିନେକ୍ସ ଲିନକ୍ସ ଅଥ୍ରୋସର୍ଜିକାଲ ପ୍ରାଇଭେଟ ଲିମିଟେଡ୍, ଇଡ୍କୋ ଇମ୍ଫାଷ୍ଟ୍ରକ୍ଚର ପ୍ରୋଜେକ୍ଟସ, ଇଡ୍କୋ ଓ୍ବାଟର ପାଇପ ଲାଇନ ୟୁଟିଲିଟି କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ଓ ପଶୁ ସମ୍ପଦ ବିକାଶ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ,ସ୍ବୀ, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ବ୍ରହ୍ମପୁର ଏମ୍ପି ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଜିଲାର ବିଧାୟକଗଣ, ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।












Click it and Unblock the Notifications