ବାରବାଟୀ ଟି୨୦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଟିକେଟ

ବାରବାଟୀ ଟି-୨୦ ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଟିକେଟ ପ୍ରଦାନ କରିଛନ୍ତି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା । ରବିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭେଟି ଟିକେଟ ପ୍ରଦାନ କରିଥିଲେ । ଡିସେମ୍ବର ୯ତାରିଖରେ କଟକ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହାଇଭୋଲଟେଜ ଲଢେଇ ହେବାକୁ ଯାଉଛି । ଏଥିପାଇଁ ପୁରା ପ୍ରସ୍ତୁତ ହୋଇଛି ବାରବାଟୀ ଷ୍ଟାଡିୟମ୍‌ । ସଫଳ ଆୟୋଜନ ପାଇଁ ଓସିଏ ଓ ଓଡ଼ିଶା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମ୍ୟାଚ ପାଇଁ ଆଜିଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି ।

mohan

ଚଳିତ ଥର ୪୨ହଜାର ଦର୍ଶନ ମ୍ୟାଚ ଦେଖିପାରିବେ । ତେବେ ୨୩ହଜାର ଟିକେଟ ବିକ୍ରି କରାଯିବ, ୧୮ହଜାର ୪୦୦ କମ୍ପ୍ଲିମେଣ୍ଟାରୀ ପାସ୍‌ ଦିଆଯିବ । ଟିକଟକୁ ନେଇ ଓସିଏ ସମ୍ପାଦକ ବେହେରା କହିଛନ୍ତି ଯେ, ଗତ ଫେବୃଆରୀ ୯ରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦର୍ଶକ କ୍ଷମତା ୪୪,୫୦୦ ରହିଥିଲା। ଭାରତ ଓ ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ମ୍ୟାଚ ଲାଗି ଦର୍ଶକ କ୍ଷମତା ୪୨ ହଜାରକୁ ହ୍ରାସ କରାଯାଇଛି। ପୂର୍ବ ମ୍ୟାଚଠାରୁ ୨୫୦୦ ଟିକଟ ହ୍ରାସ କରାଯାଇଛି। ଦର୍ଶକଙ୍କ ସୁରକ୍ଷା ଓ ଦୀର୍ଘ ବର୍ଷର ଗ୍ୟାଲେରୀ ହୋଇଥିବାରୁ ଦର୍ଶକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ କରାଯାଇଛି। ଅନ୍ୟପକ୍ଷରେ ଗତ ମ୍ୟାଚରେ ରହିଥିବା ଟିକଟ ମୂଲ୍ୟରେ କୌଣସି ବୃଦ୍ଧି କରାଯାଇନାହିଁ। ଗତ ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ ସମୟରେ ଟିକଟ ଦର ଯାହା ରହିଥିଲା ତାହା ଅପରିବର୍ତ୍ତିତ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+