ବଡ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ; ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ
ରାଜ୍ୟରେ ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ । ନିଜ ଦେଶ ଛାଡ଼ି ଜଳପଥରେ ବେଆଇନ୍ ଭାବେ ଓଡ଼ିଶାରେ ପ୍ରବେଶ କରିବା ସହ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ସବୁଦିନିଆ ବାସିନ୍ଦା ହୋଇ ବସତି ସ୍ଥାପନ କରୁଛନ୍ତି। ଏମାନଙ୍କ ଉପସ୍ଥିତିକୁ ନେଇ ରାଜ୍ୟ ପୁଲିସ ଓ ପ୍ରଶାସନ ଏବେ ଚିନ୍ତାରେ ପଡ଼ିଛି।

କାରଣ, ଓଡ଼ିଶାରେ ପ୍ରବେଶ କରିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏମାନେ ନାନା ପ୍ରକାରର ଅପରାଧରେ ଜଡ଼ିତ ରହୁଛନ୍ତି। ଗତ କିଛି ବର୍ଷ ହେବ ନିଶା କାରବାର ଠାରୁ ଆରମ୍ଭ କରି ଦେହ ବେପାର, ଜାଲନୋଟ୍ କାରବାର ଏବଂ ଏଟିଏମ୍ ଲୁଟ୍ ପର୍ଯ୍ୟନ୍ତ ରାଜ୍ୟରେ ଘଟିଥିବା ଏକାଧିକ ଅପରାଧରେ ଏମାନଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଛି। ସବୁଠାରୁ ବଡ଼କଥା ହେଲା, କିଛିଦିନ ରହିଗଲା ପରେ ଏମାନେ ଓଡ଼ିଶାର ବୋଲି ପରିଚୟପତ୍ର କରି ନେଉଛନ୍ତି। କିନ୍ତୁ ଅଧିକାଂଶ ବାଂଲାଦେଶୀ ନକଲି ପରିଚୟପତ୍ର କରି ରାଜ୍ୟକୁ ପଶୁଛନ୍ତି।
ତେବେ ରାଜ୍ୟରେ ବଢୁଥିବା ବାଂଲାଦେଶୀଙ୍କ ସଂଖ୍ୟାକୁ ନେଇ ଗତ କିଛି ଦିନ ହେବ ବେଶ ଚର୍ଚ୍ଚା-ଆଲୋଚନା ପରେ ସରକାର ଚେତିଛନ୍ତି। ରାଜ୍ୟରେ ଥିବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଜି ବିଧାନସଭାରେ ଏକ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତହସିଲ,ବ୍ଲକ, ଥାନା ସ୍ତରରେ ଏଥି ନେଇ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି କରି ଭୁବନେଶ୍ୱର,କେନ୍ଦ୍ରାପଡା ଓ ପୁରୀରେ ଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦେଶ ଦିଆଯାଇଛି।












Click it and Unblock the Notifications