ମୁଖ୍ୟମନ୍ତ୍ରୀ ଦେଲେ ବଡ ସୂଚନା; ତିରୁପତି ମନ୍ଦିରରେ କେବଳ ରହିବେ ହିନ୍ଦୁ କର୍ମଚାରୀ
ତିରୁପତି-ତିରୁମାଲା ଦେବସ୍ଥାନମ୍ ମନ୍ଦିରରେ କାମ କରୁଥିବା ଲୋକଙ୍କ ସମ୍ପର୍କରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନାଇଡୁ କହିଛନ୍ତି ଯେ ମନ୍ଦିରରେ କେବଳ ହିନ୍ଦୁମାନଙ୍କୁ ନିଯୁକ୍ତି ଦିଆଯିବା ଉଚିତ। ଯଦି ଅନ୍ୟ ସମ୍ପ୍ରଦାୟର ଲୋକମାନେ ମନ୍ଦିରରେ କାମ କରୁଛନ୍ତି ତେବେ ସେମାନଙ୍କୁ ଅପମାନିତ ନକରି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବା ଉଚିତ।

ସେ ତିରୁପତି ମନ୍ଦିରରେ ପ୍ରାର୍ଥନା କରିବାକୁ ଯାଇ ମନ୍ଦିରରେ ପରିଦର୍ଶନ କରିଥିଲେ। ଯାହା ପରେ ସେ ମନ୍ଦିରରେ କାମ କରୁଥିବା ଲୋକଙ୍କ ସମ୍ପର୍କରେ ଏଭଳି ବୟାନ ଦେଇଥିଲେ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ନାଇଡୁ ଦେଶର ସମସ୍ତ ରାଜ୍ୟର ରାଜଧାନୀରେ ଭେଙ୍କଟେଶ୍ୱର ସ୍ୱାମୀଙ୍କ ମନ୍ଦିର ନିର୍ମାଣ ଯୋଜନା ବିଷୟରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ବିଦେଶରେ ରହୁଥିବା ଅନେକ ଲୋକ ମନ୍ଦିର ପ୍ରତିଷ୍ଠା କରିବାକୁ ନିଜ ଇଚ୍ଛା ପ୍ରକାଶ କରିଛନ୍ତି।












Click it and Unblock the Notifications