ମିଳିତ ଜାତିସଂଘ ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
୧୯୯୫ ମସିହାରେ ଜାତିସଂଘ ଚାର୍ଟର କାର୍ଯ୍ୟକାରୀ ହେବାର ବାର୍ଷିକୀକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଅକ୍ଟୋବର ୨୪ତାରିଖକୁ ଜାତିସଂଘ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଆଜି ମିଳିତ ଜାତିସଂଘ ଦିବସ ଅବସରରେ ଆମେ ବିଶ୍ୱର ଶାନ୍ତି, ଏକତା ଏବଂ ସାମୁହିକ ସହଭାଗିତା ପାଇଁ ମିଳିତ ଜାତିସଂଘର ୮୦ବର୍ଷର ଉଦ୍ୟମ ଓ ପ୍ରୟାସକୁ ସମ୍ମାନ ଓ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛନ୍ତି । ଆଜି ଦିନରେ ଆସନ୍ତୁ ଏକ ଶାନ୍ତିପୂଣ୍ଣ, ନ୍ୟାୟଦଙ୍ଗତ ଏବଂ ସମୃଦ୍ଧ ବିଶ୍ୱ ଗଠନ ଦିଗରେ ଆମର ସାମୂହିକ ସଂକଳ୍ପ ପ୍ରତି ପ୍ରତିବଦ୍ଧ ହେବ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୫୧ଟି ଦେଶକୁ ନେଇ ଜାତିସଂଘ ପ୍ରତିଷ୍ଠିତ ହୋଇଥିଲା । ଏହାର ୬ଟି ସରକାରୀ ଭାଷା ରହିଛି ।












Click it and Unblock the Notifications