Get Updates
Get notified of breaking news, exclusive insights, and must-see stories!

ହୋଲି ଅବସରରେ ଶୁଭେଚ୍ଛା ଜଣାଇଲେ ମୂଖ୍ୟମନ୍ତ୍ରୀ

ହୋଲି ଅବସରରେ ଶୁଭେଚ୍ଛା ଜଣାଇଲେ ମୂଖ୍ୟମନ୍ତ୍ରୀ । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ରଙ୍ଗର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଭାତୃତ୍ୱ ଓ ସଦଭାବନାର ଏହି ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ଆନନ୍ଦ ଭରିଦେଉ। ରାଧା ଗୋବିନ୍ଦଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି।

ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ଭଲପାଇବା ପରିପ୍ରକାଶ କରୁଛି । ପରିବାର, ବନ୍ଧୁ, ପ୍ରିୟଜନକୁ ନେଇ ରଙ୍ଗ ଖେଳରେ ସମସ୍ତେ ମସଗୁଲ। ପିଠା, ମିଠା ,ପାନ ଖାଇବାର ଆସର ବି ଜମୁଛି । ରଙ୍ଗ ଲଗାଇ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ଭୁବନେଶ୍ବର, କଟକ, ବ୍ରହ୍ମପୁର ସମେତ ରାଜ୍ୟର କୋଣ ଅନୁକୋଣରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ସବୁଠି ଦେଖାଦେଇଛି ଉତ୍ସବର ପରିବେଶ ।

chief Minister

ସେହିପରି ହୋଲିରେ ସତର୍କତାର ସହ ରଙ୍ଗ ଖେଳିବାକୁ ପରାମର୍ଶ ଦିଆଯାଇଛି । ଜୈବିକ କିମ୍ବା ପ୍ରାକୃତିକ ରଙ୍ଗରେ ହୋଲି ଖେଳନ୍ତୁ । ରଙ୍ଗ କିଣିବା ପୂର୍ବରୁ ତାକୁ ଭଲ ଭାବେ ଯାଞ୍ଚ କରନ୍ତୁ । ରଙ୍ଗରେ ରହିଥିବା କେମିକାଲ ତ୍ଵଚାକୁ ନଷ୍ଟ କରିଦିଏ । ତେଣୁ ସିନ୍ଥେଟିକ୍ ରଙ୍ଗଠାରୁ ଦୂରେଇ ରହିବା ସହ ଛୋଟ ପିଲାଙ୍କୁ କେମିକାଲ ହୋଲିଠାରୁ ଦୂରେଇ ରଖନ୍ତୁ। ହୋଲିରେ ଯେତେ ସମ୍ଭବ କେମିକାଲ ରଙ୍ଗର ବ୍ୟବହାର କରନ୍ତୁ ନାହିଁ । ଫୁଲ୍ ସ୍ଲିଭ୍ ପୋଷାକ ପିନ୍ଧି ହୋଲି ଖେଳିଲେ ତ୍ୱଚା ଘୋଡ଼ାଇ ହୋଇ ରହିବ। ହୋଲି ଖେଳିବା ପୂର୍ବରୁ ଦେହରେ ଓ ମୁଣ୍ଡରେ ତେଲ ଲଗାନ୍ତୁ । ଶରୀରରେ ମଶ୍ଚରାଇଜର କିମ୍ବା ଲୋସନ ଲଗାଇ ପାରିବେ । ତେଲ ଲଗାଇଲେ ତ୍ଵଚା ସୁରକ୍ଷିତ ରହିବା ସହ ଶୀଘ୍ର ରଙ୍ଗ ଛାଡ଼ିବ । ରଙ୍ଗ ଖେଳ ପୂର୍ବରୁ ଚୁଟିରେ ତେଲ ଲଗାନ୍ତୁ କିମ୍ବା ଟୋପି ପିନ୍ଦନ୍ତୁ । ଚଷମା ବ୍ୟବହାର କରି ହୋଲି ଖେଳିଲେ ଆଖି ସୁରକ୍ଷିତ ରୁହେ । ଆଖିରେ ରଙ୍ଗ ପଡ଼ିଲେ ତୁରନ୍ତ ଥଣ୍ଡା ପାଣି ଆଖିକୁ ସଫା କରନ୍ତୁ ଏବଂ ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+