ସିକ୍କିମରେ ଟୁରିଷ୍ଟ ଗାଡ଼ି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନେକ ଓଡ଼ିଆ ଯାତ୍ରୀ ରହିଥିବା ସୂଚନା

ସିକ୍କିମରେ ଟୁରିଷ୍ଟ ଗାଡ଼ି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିକ୍କିମ ସରକାରଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ।

mohan charan majhi

ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡ଼ି ଖସି ପଡିବାରୁ ଜଣଙ୍କ ମୃତ୍ୟୁ ୨ ଜଣ ଉଦ୍ଧାର, ୯ ଯାତ୍ରୀ ଏବେ ବି ନିଖୋଜ ରହିଛନ୍ତି । ଦୁର୍ଘଟଣାରେ ଅନେକ ଓଡ଼ିଆ ଯାତ୍ରୀ ରହିଥିବା ସୂଚନା ମିଳିଛି ।କିପରି ହେଲା ଦୁର୍ଘଟଣା- ଗୁରୁବାର ରାତିରେ ସିକିମର ଏକ ପାହାଡ଼ି ରାସ୍ତାରୁ ଏକ ପର୍ଯ୍ୟଟକ ଗାଡ଼ି 1000 ଫୁଟ ତଳକୁ ଖସିପଡ଼ିବାରୁ ୯ ଜଣ ନିଖୋଜ ଅଛନ୍ତି। ସନ୍ଧ୍ୟା ୭ଟାରୁ ରାତି ୮ଟା ମଧ୍ୟରେ ଉତ୍ତର ସିକିମର ଚୁଙ୍ଗଥାଙ୍ଗ ଏବଂ ମୁନସିଥାଙ୍ଗ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି।

ସିକ୍କିମର ତିସ୍ତା ନଦୀରେ ଏକ ଟୁରିଷ୍ଟ ବସ୍ ବହୁ ଗଭୀରକୁ ଖସି ପଡ଼ିଥିବା ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ସିକ୍କିମ ତିସ୍ତା ନଦୀରେ ଟୁରିଷ୍ଟ ଗାଡ଼ି ଖସି ପଡିବାରୁ ଜଣଙ୍କ ମୃତ୍ୟୁ ଘଟିଛି। ୨ ଜଣ ଉଦ୍ଧାର ହୋଇଥିବା ବେଳେ ୯ ଯାତ୍ରୀ ଏବେ ବି ନିଖୋଜ ରହିଛନ୍ତି।

ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ୧୦ ଜଣ ପର୍ଯ୍ୟଟକ ଏବଂ ଡ୍ରାଇଭରଙ୍କୁ ନେଇ ଏକ ଗାଡ଼ି ଗୁରୁଡୋଙ୍ଗମାରରୁ ଗ୍ୟାଙ୍ଗଟକ୍ ଫେରୁଥିବା ବେଳେ ରାସ୍ତାରୁ ଏକ ଗଭୀର ଘାଟିରେ ଖସି ପଡ଼ିଥିଲା। ୧୧ ଜଣଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨ ଜଣଙ୍କୁ ଉଦ୍ଧାର କରାଯାଇଛି।

ଯଦିଓ ପର୍ଯ୍ୟଟକଙ୍କ ପରିଚୟ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, ଯାତ୍ରୀମାନେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବୋଲି ଅନୁମାନ କରାଯାଉଛି । ଉଦ୍ଧାର ହୋଇଥିବା 2 ଜଣ ପର୍ଯ୍ୟଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+