ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭେଟେରାନ୍ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର ଦେଓଲଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ଷିୟାନ୍ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ମୁଁ ମର୍ମାହତ। ଦଶନ୍ଧି ଧରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ଵ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଉତ୍ତରାଧିକାରୀ ଆଗାମୀ ପିଢିର କଳାକାର ଓ ସିନେପ୍ରେମୀଙ୍କୁ ପ୍ରେରଣା ଯୋଗାଇବ। ପରିବାର , ବନ୍ଧୁ ଓ ଅସଂଖ୍ୟ ଶୁଭେଚ୍ଛୁଙ୍କୁ ମୋର ଆନ୍ତରିକ ସମବେଦନା।

Chief Minister

ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ଧର୍ମେଙ୍କୁ ଘରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଖବର ପ୍ରଚାର ହେଉଥିଲା, କିନ୍ତୁ ବର୍ତ୍ତମାନ ତାଙ୍କର ଦେହାନ୍ତ ନିଶ୍ଚିତ ହୋଇଛି। ସେ ୬ ଦଶନ୍ଧିର ଫିଲ୍ମ କ୍ୟାରିଅରରେ ୩ ଶହରୁ ଊର୍ଦ୍ଧ୍ବ ସିନେମାରେ ଅଭିନୟ କରିଛନ୍ତି। ୧୯୬୦ରେ ଦିଲ ଭି ତେରା ହମ ଭି ତେରା ଫିଲ୍ମ ମାଧ୍ୟମରେ ଧର୍ମେନ୍ଦ୍ର ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ଅନପଢ଼, ବନ୍ଦିନୀ, ଅନୂପମା ଓ ଆୟା ସାୱନ ଝୁମ କେ ମାଧ୍ୟମରେ ସେ ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଥିଲେ। ସେ ରେକର୍ଡ ବ୍ରେକିଂ ଶୋଲେ, ଧରମବୀର, ଚୁପକେ ଚୁପକେ, ମେରା ଗାଁଓ ମେରା ଦେଶ ଓ ଡ୍ରିମ ଗାର୍ଲ ପରି ସୁପରହିଟ ଫିଲ୍ମ ଦର୍ଶକଙ୍କୁ ଭେଟିଥିଲେ। ଦୁହିଁଙ୍କ ଯୋଡି ସବୁବେଳେ ଦର୍ଶକଙ୍କ ପ୍ରଥମ ପସନ୍ଦ ରହିଆସିଛି। ନବେ ଦଶକ ଶେଷଆଡକୁ ଧର୍ମେନ୍ଦ୍ର ଚରିତ୍ର ଅଭିନେତା ଭୂମିକାକୁ ଓହ୍ଲାଇ ଆସିଥିଲେ।

ଅଭିନୟ ଜଗତରୁ ଅବସର ନେବାପରେ ସେ ରାଜନୀତିରେ ପାଦ ଥାପିଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀଭାବେ ସେ ରାଜସ୍ଥାନର ବିକାନେର ଆସନରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ।ତାଙ୍କୁ ଶେଷଥର ପାଇଁ ତେରି ବାତୋଁ ମେଁ ଏସା ଉଲଝା ଜିୟାରେ ଦେଖିବାକୁ ମିଳିଥିଲା। ଏଥିରେ ଶାହିଦ କପୁର ଓ କୃତି ସାନନ ପ୍ରମୁଖ ଅଭିନୟ କରିଥିଲେ। ନିକଟରେ ତାଙ୍କର ଆଗାମୀ ଫିଲ୍ମ ଏକ୍କିସର ଟ୍ରେଲର ରିଲିଜ ହୋଇଛି। ଏଥିରେ ଧର୍ମେନ୍ଦ୍ରଙ୍କ ଭୂମିକାକୁ ବେଶ ପସନ୍ଦ କରାଯାଉଛି। ଫିଲ୍ମଟି ଡିସେମ୍ବର ୨୫ରେ ରିଲିଜ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+