୫ ସହିଦ ଯବାନଙ୍କ ପ୍ରତି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଲଦାଖ: ଆଜି ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ବଡ ଅଘଟଣ । ବଢ଼ି ପାଣିରେ ଭାସିଯାଇ ୫ ଯବାନ ସହିଦ । ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିବା ସୂଚନା ମିଳିଛି । ସୁଚନାନୁସାରେ , ଶୁକ୍ରବାର ଦୌଲତ ବେଗ ଓଲ୍ଡି ଅଞ୍ଚଳରେ ସେନା ଯବାନଙ୍କ ପକ୍ଷରୁ ଟ୍ୟାଙ୍କ ଅଭ୍ୟାସ ଚାଲୁଥିଲା । ଟ୍ୟାଙ୍କ ଗୁଡିକ କିଭଳି ନଦୀ ପାର କରିବେ ସେନେଇ ଅଭ୍ୟାସ ଚାଲିଥିଲା ।

ଅଭ୍ୟାସ ସମୟରେ ଟ୍ୟାଙ୍କ ନଦୀ ପାର କରିବାକୁ ଉଦ୍ୟମ କରୁଥିବା ବେଳେ ଅଚାନକ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା । ଯାହ ଫଳରେ ଟ୍ୟାଙ୍କ ନଦୀରେ ଭାସି ଯାଇଥିଲା । ଅଭ୍ୟାସ ସମୟରେ ଟ୍ୟାଙ୍କରେ ୪ରୁ ୫ ଜଣ ଯବାନ ରହିଥିଲେ । ଟ୍ୟାଙ୍କ ଭାସିଯିବା ପରେ ଏବେ ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶନିବାର ଗଭୀର ଶୋକ ପ୍ରକାଶ କରିଛନ୍ତି ।

mohan majhi

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ ।ଶହୀଦ ଯବାନମାନଙ୍କ ବଳିଦାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଦେଶବାସୀ ସେମାନଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ । ମୁଖ୍ୟମନ୍ତ୍ରୀ ଶହୀଦ ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+